ପ୍ରେମ
ପ୍ରେମ
ମୋ ମନ ଆଇନାରେ ପ୍ରୀତିର ପଲକ
ଯେବେ ପଡ଼ିଯାଏ ମନେ ଗୋ ମାନସୀ
ହୃଦତନ୍ତ୍ରୀ ମୋ ଥରିଯାଏ ପ୍ରିୟା ତତେ ଭାବି ।
ଚନ୍ଦ୍ର କଇଁର ହେଲେ ବି ରୁହନ୍ତି ନି ଏକାସାଥେ
ବିଚ୍ଛେଦ ମିଳନ ଏଇତ ପ୍ରେମର ଗାଥା
ଭଲ ପାଇ ଯେବେ ଭୁଲି ଗଲୁ ପ୍ରିୟା
ବସନ୍ତ କଲାଟି ରୋଷ ମୋ ଉପର
ଆଉ ଯେତେ ବିରହ ବେଦନାରେ ସିକ୍ତ ହୃଦମନ୍ଦିର
ଆ ତୋତେ ମୁ ପୂଜିବି ସେଇ ମନ୍ଦିର ଆସ୍ଥାନର।

