STORYMIRROR

Abhinaba Pattniak

Romance

3  

Abhinaba Pattniak

Romance

କୃଷ୍ଣ କଥା

କୃଷ୍ଣ କଥା

1 min
34


ଫଗୁକୁ ଫଗୁଣେ ପାଇ

     ଭୁଲିଚି ତୋତେ ରାଇ

କଦମ୍ବ ବନେ ଥିବି ରହି

  ବଇଁଶୀ ସୁରେ ଆସିବୁ ସହୀ।

ଯମୁନାକୂଳ କଥା ସୁଦାମା କହି

  ସେ କଥା ପାରୁନି ତିଳେ ସହି

ମଥୁରା ଆସିଲି ଯେବେ ମୁହିଁ

     ହେଲି ମୁଁ ଯେ ଶୀର୍ଣ୍ଣ ଦେହି ।

ଏଇ ଫଗୁଣରେ ଆସ ତୁହି

      ରଙ୍ଗ ଖେଳିବା ପ୍ରାଣ ସହୀ

ତୋ ରୋଷ ଛାଡ ରାଧିକା ମାଇଁ

      ଆସ ହସର ପସରା ନେଇ ।

ଆଉ କରିବିନି କେବେ ଭୁଲ ମୁହିଁ

     ତୋ ରାଣ ଖାଉଚି ପ୍ରାଣ ସହୀ

ଆ'ଥରେ ଖେଳିବା ନାନା ରଙ୍ଗ

      ସନ୍ତୋଷ ଲଭିବ ଯେ ମହୀ ।

    

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance