STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ସୁଖ-ଦୁଃଖ

ସୁଖ-ଦୁଃଖ

1 min
542

ସୁଖ ଗୋଟିଏ ବୟସ ରଙ୍ଗ ବ୍ୟଞ୍ଜନେ ଭାବର ଲବଣ ଉପାଦାନ

ଦୁଃଖ ବଡ଼ବଡ଼ିଆ ଭୋଜିର ବଳକା ଖାଦ୍ୟରେ ଭୋକିଲାର ମନ  


ସୁଖ ଏକ ପଥର ସମ୍ମୁଖେ ବସି ବିନା ମାଗୁଣିରେ ଅଶ୍ରୁଜଳ ଦାନ

ଦୁଃଖ ପରା ଧନୀ ମନ୍ଦିରରେ ରତ୍ନପଥର ଦାନ ଦେଇ ଗର୍ବମାନ  


ସୁଖ ତୁମପାଇଁ କିଏ ଦୂରେ ଥାଇ କରେ ମନେ ଶୁଭମଙ୍ଗଳ ଗାନ

ଦୁଃଖ ହାତଯୋଡ଼ି ପାଦେପଡ଼େ ସ୍ୱାର୍ଥ ଭୟ ଅବା ଦୁର୍ବଳ କାରଣ  


ସୁଖ ସତ୍ୟ ଅର୍ଜିତ ଧନେ ଅଳପରେ ବିତି ଯାଉଥିବା ଦୀନ ଜୀବନ

ଦୁଃଖ କଳାଟଙ୍କାର ଚାଦର ଘୋଡାଇ ମନ୍ଦିର ତୋଳି ପୂଣ୍ୟ ସପନ  


ସୁଖ ଏକ ପଥ ଯେଉଁ ପଥେ ଭାଇ କେମିତି ଅଛର ହସ ସମ୍ବୋଧନ

ଦୁଃଖ ପରା ପଛେ କଥନ ସେହି ଲୋକଟିର ସହରେ ଭାରି ସମ୍ମାନ 


ସୁଖ ପରା ବଞ୍ଚିବା ମିଥ୍ଯାଠୁ ଦୂରେଇ ମନେ ରଖି ସରଳତା ସ୍ୱାଭିମାନ

ଦୁଃଖ ଜାଣ ବିଜୁଳି ଚୋରି କରି ଛକରେ ଦେଖାନ୍ତି କାର୍ ଏସିର ଜ୍ଞାନ 


ସୁଖ ନିଜ ସାମର୍ଥ୍ୟରେ ଅସହାୟର ସମସ୍ୟାର ସ୍ୱଳ୍ପ ହେଉ ସମାଧାନ

ଦୁଃଖ ବୁଲେଟରେ ରାସନ ଚାଉଳ ଆଣି ସେଇଠି ଗରୀବକୁ ଅପମାନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational