STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଓଠ. ତଳ ହସ

ଓଠ. ତଳ ହସ

1 min
1.0K


ସବୁ କଥା କହି ହେଉନି କି ସହି ହେଉନି

ମନରେ ସବୁ କଥା ଚାପି ରଖିଛି

ଓଠ ତଳେ ଖାଲି ଆଜି ହସୁଛି

ପିଲା ବେଳେ କେତେ ଲୋକ ଙ୍କ ଯାତନା ମୁଁ ସହିଛି

ଭାରି ମୋତେ ବାଧିଛି

ତଥାପି ଆଜି ଓଠ ତଳେ ମୁଁ ହସୁଛି

କାମ କରିବାକୁ କାଯ୍ୟା ଳୟ କୁ ଯେବେ ଗଲି

 ସବୁ ଲୋକ ଙ୍କ କଥା ସହିଛି

ସବୁ ପ୍ରତି କୂଳ ପରି ସ୍ଥିତି ରେ 

ଓଠ ତଳେ ଆଜି ହସୁଛି

ବୟସ ଯେବେ ମୋର ଗଡି ଗଲା

ବିବାହ ବୟସ ରେ କେତେ କଥା ସହିଛି

ସବୁ କଥା ଶୁଣି ଶୁଣି ଓଠ ତଳେ ହସୁଛି

ମୋ ସ୍ତ୍ରୀ ଯେବେ ଜୀବନ ରେ ଆସିଲା 

 କଟୁ କଥା ଦୁଷ୍ଟ ସ୍ଵଭାଵ ଦେଖାଇଲା

ତଥାପି ଛାତି ରେ ସବୁ କୋହ କୁ ରଖି ଓଠ ତଳେ ହସୁଛି

ସନ୍ତାନ ହେବାରେ ଯେବେ ଵିଲମ୍ବ ହୋଇଲା

ଦୁନିଆ ରେ କେତେ କଥା ଶୁଣି ବାକୁ ହେଲା

ଅତି ଦୁଃଖ ରେ ମୁଁ ଭାଙ୍ଗି ପଡିଛି

ଖାଲି ଓଠ ତଳେ ହସୁଛି

ସନ୍ତାନ ଯେବେ ମୋର ହୋଇଲା

ଖୁସି ଭାରି ଲାଗିଲା 

ସେ ସନ୍ତାନ ଆଜି ମୋତେ ପର କରି ଦେଲା

ଆଖିରେ ଆଖିଏ ଲୁହ କୁ ରଖିଛି

ତଥାପି ଓଠ ତଳେ ମୁଁ ହସୁଛି

ଜୀବନ ସଂଗ୍ରାମରେ ମୁଁ ଭାଙ୍ଗି ପଡିନି କେବେ

ଥକି ଯାଇନି କି ହାରି ଯାଇନି କେବେ

କେତେ ବିପତ୍ତି ଜୀବନେ ଆସିଛି

ମନରେ ଆତ୍ମ ବିଶ୍ବାସ ରଖି ଓଠ ତଳେ ଖାଲି ହସୁଛ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational