STORYMIRROR

Kalandi pal

Inspirational

3  

Kalandi pal

Inspirational

ଅବଶୋଷର ଧୂଆଁ

ଅବଶୋଷର ଧୂଆଁ

1 min
1.0K


ମଣିଷ ଜୀବନେ ଅଭାବ ପୁରଣେ

   ଅଭାବ ତା ଅସୀମିତ

ଅଭାବ ପୁରଣେ  ଅଭାବ ଜନମେ

    କହି ଅଛି ଅର୍ଥ ଶାସ୍ତ୍ର !!


ଉଚ୍ଚ ଅଭିଳାଷ  ମନେ କରେ ବାସ

    ସତେକି ନୂଆ ଦୁନିଆଁ

ନ ହେଲେ ପୂରଣ ଉଚ୍ଚାଟ ଏ ମନ

    ଉଠେ ଅବଶୋଷ ନିଆଁ !!


ରାବଣର ମନେ  ଚିନ୍ତା ଯେ ଉତ୍ପନ୍ନେ

    ସ୍ୱର୍ଗକୁ ନିଶୁଣି କରି

ଅଦଭୁତ କର୍ମ  କରିବ ବରଣ

   କିଏ ହେବ ତାର ସରି !!


ରହିଗଲା କଥା ମନେ ଦେଲା ବ୍ୟଥା

    ମଲା ସେ ରାମଙ୍କ ଶରେ

ସ୍ୱର୍ଗକୁ ନିଶୁଣି  ଗଢି ପାରିଲାନି

   ଅବଶୋଷ ଧୂଆଁ ଘାରେ !!


ପାଣ୍ଡବଙ୍କ ହକ  ପାଇବାକୁ ସେତ

   ହୋଇଲା ମହାଭାରତ

ଅବଶୋଷ ନିଆଁ କୁହୁଳେ ତା ଧୂଆଁ

   କୁରୁବଂଶ ହେଲେ ହତ !!


ମଣିଷ ଜିଜ୍ଞାସା  ଅପୂରଣେ ଆଶା

    ସୃଷ୍ଟି ହୁଏ ଅବଶୋଷ

ଏହି ଅବଶୋଷ ଶେଷେ କରେ ନାଶ

    ଜୀବନେ ଭରାଇ ବିଷ !!


କର୍ମମୟ ଏହି  ଜୀବନଟି ଭାଇ

   ଆଶା ଥାଏ ତ ଅନେକ

ସବୁ ଆଶା କେବେ  ପୂରଣ ନୁହେଁଟି

    ଅବଶୋଷର ପ୍ରତୀକ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational