STORYMIRROR

linki barik

Inspirational Others

3  

linki barik

Inspirational Others

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
720

ଅଦିନ ମେଘର ବର୍ଷା ବିନ୍ଦୁ ସର୍ବ

ସ୍ଖଳିତ କରୁଛି ପ୍ରାଣେ,

କରିବାକୁ ଚିତ୍କାର କହୁଛି ମନ

ସଂଯତ କରୁଛି ମନେ।।


କିଛି ଛିଟା ଅତୀତର କିଛି ବର୍ତ୍ତମାନର 

କରନ୍ତି ଶୀତଳଯୁଦ୍ଧ,

ଦୁଇ ମନର ସେ ମୃଦୁ କ୍ରୀଡାରେ

ହେଉଛି ମୋ ଶରୀର ଆବଦ୍ଧ।।


ସାତରଙ୍ଗୀ ଇନ୍ଦ୍ରଧନୁ ଲାଗେ ବେରଙ୍ଗୀ

ଅବଶୋଷର ଏ ନିଷିଦ୍ଧ ଗଳିରେ

ଧୂଆଁ ଧୂଆଁ ଲାଗେ ଆକାଶ,

ମିଳନର ଏ ଅନୁରାଗରେ

ପ୍ରେମ ସାଜିଛି ବୈରାଗ୍ୟ।।


ମୃଦୁ ଗୁଞ୍ଜରଣେ ଅଜଣା ଶିହରଣେ

ହୃଦୟ ମୋ ଆଚ୍ଛାଦିତ,

ସୁହାନା ମୌସମରେ ଗୋଲାପର ବାସ୍ନା

ସତେ କି ଝରା ଶ୍ରାବଣ।।


ଆଉ ଭିଜାଅନା ମନେ ଜଗାଅନା

ମିଛ ସ୍ବପ୍ନିଳ ଉଦ୍ଧାମତା,

ଯୋଡୁଅଛି ହସ୍ତ ନିର୍ଦ୍ଧୟ ବାରିଦ

ଯାଅ ତୁମ୍ଭେ ଫେରି

ହେଇଯାଅ ଅଫେରନ୍ତା।।


ଅଦିନ ମେଘର ବର୍ଷା ବିନ୍ଦୁ ସର୍ବ

ସ୍ଖଳିତ କରୁଛି ପ୍ରାଣେ,

କରିବାକୁ ଚିତ୍କାର କହୁଛି ମନ

ସଂଯତ କରୁଛି ମନେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational