STORYMIRROR

pawan Mohakul

Inspirational Others

3  

pawan Mohakul

Inspirational Others

ମିଛ

ମିଛ

1 min
980

ଏମିତି ଆୟ କରନାହିଁ କି ତାହା ପାପ ହେଇଯିବ,

ଏମିତି ଖର୍ଚ୍ଚ କରନାହିଁ କି ତାହା ଋଣ ହେଇଯିବ,

ଏମିତି ଖାଦ୍ୟ ଖାଅ ନାହିଁ କି ତାହା ରୋଗ ହୋଇଯିବ,

ଏମିତି ଚାଲ ନାହିଁ କି ତାହା ଲକ୍ଷ୍ୟ ସ୍ଥଳରେ ବିଳମ୍ବ ହୋଇଯିବ,

ଏମିତି ଭାବନାହିଁ କି ତାହା ଚିନ୍ତା ହୋଇଯିବ,

ଏମିତି କାମ କର ନାହିଁ କି ତାହା ଅନ୍ୟକୁ କଷ୍ଟ ଦେବ

ସର୍ବଦା ନିଜକୁ ଆୟତରେ ରଖନ୍ତୁ ।।

ପୋଖରୀ କୁପଠାରୁ ଯଥେଷ୍ଟ ବଡ

ତଥାପି ଲୋକମାନେ କୁପରୁ ହିଁ ପାଣି ପିଅନ୍ତି,

କାରଣ କୂପର ପାଣି ବିଶୁଦ୍ଧ ହୋଇଥାଏ

ସେହିପରି ମଣିଷ ଧନରେ ବଡ ହେବା

କିଛି ବଡ଼ କଥା ନୁହଁ ।

ତାର ବିଚାର ମନ ଶୁଦ୍ଧ ହେବା ଦରକାର

ତା ହେଲେ ସେ ମହାନ୍ ହୋଇ ପାରିବ ।

ଯଦି କାହାକୁ କିଛି ଦେବାପାଇଁ ଚାହୁଁଛନ୍ତି

ତେବେ ନିଜ ମୂଲ୍ୟବାନ ସମୟ ଦିୟନ୍ତୁ,

କାରଣ ମଣିଷ ସବୁ କିଛି ଫେରାଇ ପାରେ

କିନ୍ତୁ ଆପଣ ଦେଇଥିବା ଭଲପାଇବା ଓ ସମୟ

କେବେ ଫେରାଇ ପାରେନା ।

ମିଛ ବି କେତେ ବିଚିତ୍ର ଶବ୍ଦ

ନିଜେ କହିଲେ କିଛି ନାହିଁ କିନ୍ତୁ

ଅନ୍ୟ ଠାରୁ ଶୁଣିଲେ ରାଗ ଲାଗେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational