ଭଲ ଲାଗେ
ଭଲ ଲାଗେ


ମନର କଥାକୁ ଆଖିରେ କହିଲେ
ଦେଖିବାକୁ ଭଲ ଲାଗେ
ମନର କଥାକୁ ଓଠରେ କହିଲେ
ଶୁଣିବାକୁ ଭଲ ଲାଗେ ।
ଆଖି ଓଠ ମିଶି ଯେବେ କହିଦିଏ
ହୃଦୟକୁ ଭଲ ଲାଗେ
ଦୁଇଟି ହୃଦୟ ମିଶି କହିଦେଲେ
ବଞ୍ଚିବାକୁ ଭଲ ଲାଗେ ।
ଦୁଇଟି ହୃଦୟ ମିଳନ ହୋଇଲେ
ସଂସାର ଟା ଭଲ ଲାଗେ
ବୁଝାମଣା ଯଦି ଠିକ୍ ହୋଇଲା
ଦୁନିଆ ଟା ଭଲ ଲାଗେ ।
ବୁଝାମଣା ଯଦି ଅବୁଝା ହୋଇଲା
ମରିବାକୁ ଭଲ ଲାଗେ
ମରିବା ଟା ଯଦି ଭଲ ଲାଗିଗଲା
ଜୀବନଟା ପିତା ଲାଗେ ।