STORYMIRROR

Subhalaxmi Nayak

Inspirational

3  

Subhalaxmi Nayak

Inspirational

ନୂଆ ଦିଗନ୍ତ

ନୂଆ ଦିଗନ୍ତ

1 min
689

ତୁମେ ମୋତେ ଆଘାତ ଦେଇ ପାରିବ

ମୋ ମନକୁ ସେଇ ଘାତ ପ୍ରତିଘାତ ଭିତରେ

ଧନ୍ଦି ହେବା ପାଇଁ ବାଧ୍ୟ କରି ପାରିବ ନାହିଁ

ତୁମ ଦ୍ୱାରା ସୃଷ୍ଟ ପ୍ରତିଟି ବାଧା ପ୍ରତିବନ୍ଧକ

ମୋ ପାଇଁ ଆଗକୁ ବଢ଼ିବାର ପ୍ରେରଣା ସାଜିବ

ତୁମ ଦ୍ୱାରା ସୃଷ୍ଟ ପ୍ରତିଟି ତିକ୍ତ ଅନୁଭୂତି

ମୋର ଲେଖନୀରୁ କବିତାରେ ରୂପାନ୍ତରିତ ହେବ

ହଁ, ଫରକ ରହିବ।


ତୁମର ଆଉ ମୋ ଭିତରେ, ଏତିକି ରହିବ ଯେ

ତୁମେ ପୁରୁଷ ପ୍ରଧାନ ସମାଜର

ଅଭିନ୍ନ ଅଙ୍ଗ ବୋଲାଇବ,

ଆଉ ମୁଁ ସେ ସମାଜରେ ଅବହେଳିତ ନୁହେଁ

ସବୁ ବାଧାବିଘ୍ନକୁ ସାମ୍ନା କରି

ଆଗାମୀ ଭବିଷ୍ୟତ ପାଇଁ ପ୍ରେରଣା ସାଜିବି।


ନାରୀ ସଶକ୍ତିକରଣର ସ୍ଳୋଗାନ ଦେଇ ନୁହେଁ,

ବିପ୍ଳବିନୀ ସାଜି ସେଇ ତିକ୍ତ ଅନୁଭୂତି ସହିତ

ନିର୍ଯ୍ୟାତନା ଅମାରେ ପଛଘୁଞ୍ଚା ଦେଉଥିବା

ଅନେକ ନାରୀଙ୍କୁ ସମ୍ମାନର ଆଲୋକ ପଥରେ,

ଦିଗନ୍ତ ପର୍ଯ୍ୟନ୍ତ ବାଟ ଦେଖାଇ ଚାଲିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational