ଭଡ଼ାଘର
ଭଡ଼ାଘର


କେଡେ ବିସ୍ତିର୍ଣ୍ଣ ସତରେ ଏ ଦୁନିଆଟା
ବିଷାଳ ପୃଥିବୀ ରଙ୍ଗମଞ୍ଚରେ
ଆମେ ଜଣେ ଜଣେ ଅଭିନେତା
ନିଜର ନିର୍ଦ୍ଧିଷ୍ଟ ସମୟ ଭିତରେ
ସ୍ଵତନ୍ତ୍ର ଭୂମିକା ନେଇ ଅଭିନୟ ସାରିବା
ଯେଉଁ ପ୍ରକୃତି କୁ ଆମେ ଆମର ବୋଲୁ
ଭୈ।ତିକ ସମ୍ପତ୍ତିକୁ ଠୁଳ କରିବାକୁ ଲାଗିପଡୁ
ସେ ସବୁ ଆମର ନୁହେଁ
ଯେମିତି କୈ।ଣସି ଅଧିକାର ନ ଥାଏ ଭଡ଼ାଘରେ
କେବଳ ରହିଥିବାଯାଏ ଅଧିକୃତ
ଠିକ୍ ସେହିପରି ଏ ଦୁନିଆଟା ବି ଭଡାଘର
କିଛି ବି ନୁହେଁ ଆମର
ଉପସ୍ଥିତି ଯେତେଦିନ ଆମ
କେବଳ ସଯତ୍ନେ ସଙ୍ଖୋଲିବାର କର୍ତ୍ତବ୍ୟ
ଗଢିପାରିଲେ ନିଜର ବ୍ୟକ୍ତିତ୍ଵ
କରିପାରିଲେ ପରପକାର
ଅର୍ଜି
ପାରିଲେ ଦାନ ଧର୍ମ
ସେ ହିଁ ହେବ ଆମ ପର ଜନ୍ମର ଭୋଗ୍ୟ
ଭାବ, ଭରଷା ଭିଆଣରେ ହୃଦୟ ଜିଣିଲେ
ଭଡାଘର ବି ଆତ୍ମିୟ ଆତ୍ମିୟ ଜଣାପଡେ
ଉପସ୍ଥିତ ଯେତେ କାଳ ଦାୟିତ୍ଵ ଆମର
ସମ୍ଭାଳିବାକୁ ରକ୍ଷଣାବେକ୍ଷଣ
ସମୟ ଆସିବ ସବୁକିଛି ସେମିତି ଥିବ
ସମୟର ଡାକରେ ଆମେ ଚାଲିଯିବା
ସେଇ ଅର୍ଜିତ ସଂପତ୍ତି ଆଉ କାହାର ହେଇଯିବ
ରହିଯିବ ସେଇ ପ୍ରିୟ ନିବାସ ଆଉ କାହାର ହୋଇ
ସତେ ଲାଗିବ ଆମେ କେବଳ ନିମିତ୍ତ ମାତ୍ର
କିଛି ଦିନର ଅତିଥି ,ଆସିଥିଲୁ ଆତିଥ୍ୟ ପାଇଁ
ହେଲେ କିଛି ବି ଅଧିକାରରେ ନୁହଁ ।
ତଥାପି ତ ରହିଛି କର୍ତ୍ତବ୍ୟ
କାର୍ଯ୍ୟ ଶେଷେ ସମର୍ପିବାକୁ ମାଲିକକୁ
ଅକ୍ଷୁର୍ଣୈ ସେହି ଭଡ଼ାଘର ।