STORYMIRROR

Lalita Mohan Dash

Inspirational

3  

Lalita Mohan Dash

Inspirational

ଆମ ଉତ୍କଳର ଜଗନ୍ନାଥ ଧାମ

ଆମ ଉତ୍କଳର ଜଗନ୍ନାଥ ଧାମ

1 min
972


ଆମ ଉତ୍କଳର ଜଗନ୍ନାଥ ଧାମ

ପୁରୀ ନାମେ ପରିଚିତ

କୋଟି ବ୍ରହ୍ମାଣ୍ଡର ପ୍ରଭୁ ଜଗନ୍ନାଥ

ସେ ଧାମରେ ବିରାଜିତ ।

ଚୋଳଗଙ୍ଗ ବେଳେ ଶ୍ରୀମନ୍ଦିର କାର୍ଯ୍ୟ

ରହିଗଲା ଅସମ୍ପୂର୍ଣ୍ଣ

ଅନଙ୍ଗଭୀମଙ୍କ ରାଜତ୍ଵ କାଳରେ

ହେଲା ତାହା ପରିପୂର୍ଣ୍ଣ ।

ପ୍ରଭୂ ସ୍ଵପ୍ନାଦେଶେ ଚ଼ର୍ତୁଦ୍ଧାମୂରତି

ଗଢ଼ାଇଲେ ଇନ୍ଦ୍ରଦ୍ୟୁମ୍ନ

ବଡ ଦେଉଳରେ କରିଲେ ସ୍ଥାପନ

ସେବା ପୂଜା ଆୟୋଜନ ।

ଛପନ ପ୍ରକାର ଷାଠିଏ ପଉଟି

ଭୋଗକଲେ ସମର୍ପଣ

ପୁଣ୍ୟ ମହୋଦଧି ତଟେ ଶ୍ରୀମନ୍ଦିର

ହେଲା ମୁଖ୍ୟ ଆକର୍ଷଣ ।

ଆଷ

ାଢ଼ ମାସର ଶୁକ୍ଳ ଦ୍ଵିତୀୟାରେ

ପ୍ରତିବର୍ଷ ରଥ ଯାତ

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ

ରଥେ ପ୍ରଭୁ ଅଧିଷ୍ଠିତ ।

ସବୁଠାରୁ ବଡ଼ ହୋଟେଲ ବିଶ୍ଵର

ପୁରୀ ଆନନ୍ଦ ବଜାର

ଉଚ୍ଚନୀଚ଼ କିଛି ନାହିଁ ଭେଦଭାବ

ସର୍ବେ ସେଠି ଏକାକାର ।

ମୁକ୍ତିପଥ ବୋଲି ଲଭିଅଛି ଖ୍ୟାତି

ଶ୍ରୀକ୍ଷେତ୍ରର ସ୍ଵର୍ଗଦ୍ଵାର

ମୃତ୍ୟୁ ପରେ ଯା'ର ଚିତାଜଳେ ସେଠି

ନାହିଁ ପୁର୍ନଜନ୍ମ ତା'ର ।

ପୁଣ୍ୟଭୂମି ଆମ ଭାରତବର୍ଷର

ଚାରିଦିଗେ ଚାରିଧାମ

ତାମଧ୍ୟେ ପ୍ରସିଦ୍ଧ ଆମ ଉତ୍କଳର

ପୁରୀ ଜଗନ୍ନାଥ ଧାମ ।


Rate this content
Log in

Similar oriya poem from Inspirational