ଫେରି ଆସ ଗାନ୍ଧୀ
ଫେରି ଆସ ଗାନ୍ଧୀ
ଫେରି ଆସ ଗାନ୍ଧୀ ତୁମେ
କରିଛୁ ପ୍ରତୀକ୍ଷା
ସ୍ଵଛତାର ଆବରଣେ
ଜୀବନ ସମୀକ୍ଷା।
ସତ୍ୟ ଶାନ୍ତି ନ୍ୟାୟ ଧର୍ମ
ରହିଅଛି ସଦା
ଅହିଂସା ପରମ ଧର୍ମ
ବିଚାରେ ମସୁଧା।
ଦୁଃଖୀ ରଙ୍କି ସେବା ପାଇଁ
ଜୀବନ ର ସ୍ଥିତି
ଆସୁ ଯେତେ ବାଧା ବିଘ୍ନ
ସମୟେ ଦୁଃସ୍ଥିତି।
ହଟିବୁନି କେବେ ଆମେ
ପଚଘୁଞ୍ଚା ନାହିଁ
ଦେଶ ମାତୃକା ପାଇଁ
ଦେବୁ ପ୍ରାଣ ଯହିଁ।
>
ଆମ ରକ୍ତ ଦେଶ ପାଇଁ
ମାଆର ସମ୍ମାନ
ରଖଥିବୁ ଟେକ ଭେକ
ଜୀବନ ର ମାନ।
ଫେରି ଆସ ଗାନ୍ଧୀ ତୁମେ
କରିଛୁ ପ୍ରତୀକ୍ଷା
ଏକାନ୍ତରେ ବିଚାରରେ
ହେବଟି ସମୀକ୍ଷା।
ପୁଣ୍ୟ ଜନ୍ମ ତିଥି ଆଜି
ପ୍ରଣାମ କରୁଛି
ଗାନ୍ଧୀବାଦ ସ୍ୱର୍ଣ୍ଣାକ୍ଷରେ
ଆଜ ମୁଁ ଲେଖୁଛି।
ମନେ ପଡୁଛି ସେହି
ଧ୍ୱନି ର ଗୁମ୍ଫନ
ରଘୁପତି ରାଘବ
କଣ୍ଠେ ରାଜାରାମ।