STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଚାଲ୍ ଖୁବ୍ ଚାଲ୍

ଚାଲ୍ ଖୁବ୍ ଚାଲ୍

1 min
321

ଖୁସି ଟୋପେ 

ଆଉ କଣ କି !!


ଏଇଠି ତ ଅଛି

ତୋ ଚାଲିବା ରାସ୍ତାରେ

ଧାନ କିଆରୀ ସ୍ୱପ୍ନରେ

ସବୁଜିମା ଭରା ପ୍ରକୃତି କୋଳରେ

ନୀଳ ସମୁଦ୍ର ପ୍ରେମରେ

ଝରଣା ଗୀତରେ।


ହଁ ଜାଣିଛି

ତୁ ଚାଲିବୁ ନୀଳ ମୋହରେ

ଥକି ନ ପଡି

ଆହୁରି କେତେ ସୁଦୀର୍ଘ ରାସ୍ତା

ଗଜର ଗଜର ନୀଳ ଆଶାରେ

ବିକ୍ଷିପ୍ତ ନୀଳ ବିଶ୍ୱାସ

ମନ୍ତ୍ରିତ ନୀଳ ଭରସା

ନିର୍ଦ୍ଦିଷ୍ଟ ନୀଳ ଆସ୍ଥାରେ।


ହଁ ତୁ ଆହୁରି ଚାଲେ

କେତେ ଯୁଗ ସାଇତା

ନୀଳତ୍ୱ ପ୍ରାପ୍ତିକୁ ସାଙ୍ଗ କରି

ଖୁବ୍ ଚାଲ୍ ଆହୁରି ଚାଲ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational