Sukadev Mahanta

Inspirational

3  

Sukadev Mahanta

Inspirational

ବିଶ୍ୱାସ

ବିଶ୍ୱାସ

1 min
495


ଚାଲୁ ଚାଲୁ ଜୀବନ ପଥରେ

ସଉଦା କରୁ କରୁ ସଂସାର ହାଟରେ

ମଣିଷ ବି ହଜିଯାଇପାରେ ;


ପ୍ରିୟଜନ ତାର ଅନ୍ୱେଷଣରେ

ସଂସାରର ଜନସମୁଦ୍ରରେ

ଖୋଜୁ ଥିଲେ ଧୈର୍ଯ୍ୟ ସହକାରେ

ତାକୁ ହୁଏତ ପାଇଯାଇପାରେ ;


ଜୀବନର ଚଲାପଥରେ

ଚାଲୁ ଚାଲୁ ସଭିଙ୍କ ସାଥିରେ

ବିଶ୍ୱାସରେ ବିଷ ମିଶିପାରେ ;


ଚାଲୁ ଚାଲୁ ସ୍ୱାର୍ଥର ଜନପଥରେ

ଥରେ ନୁହଁ ବହୁ ସମୟରେ

ମଣିଷ ବିଶ୍ୱାସ ହରାଇପାରେ ;


ସେ ବିଶ୍ୱାସ ହଜିଗଲା ପରେ

ଖୋଜିଲେ ବି ଯେତେ ସଯତ୍ନରେ

ମିଳେ ନାହିଁ ଆଉ କେବେ ଜୀବନରେ ||


ଗଛଟିଏ ହତ ହେଲା ପରେ

ଗଛଟିଏ ହୋଇ ଉଭା ହୋଇପାରେ

କେତୋଟି ବର୍ଷର ପ୍ରଚେଷ୍ଟାରେ ;


ମନରୁ ବିଶ୍ୱାସ ହତ ହେଲାପରେ ଥରେ

ଶତ ଶତ ଶତ ପ୍ରଚେଷ୍ଟାରେ

ଶତ ସହସ୍ର ବର୍ଷରେ

ଫେରେ ନାହିଁ ପୁଣି ଆଉ ଥରେ ||



Rate this content
Log in

Similar oriya poem from Inspirational