STORYMIRROR

ଦୀପଙ୍କର ଦାସ

Inspirational

3  

ଦୀପଙ୍କର ଦାସ

Inspirational

ଶାଶୁ କେବେ ମାଆ ହେବେ

ଶାଶୁ କେବେ ମାଆ ହେବେ

1 min
348

ବୋହୂ ଖଟି ଖଟି ସାଜୁ ଚାକରାଣୀ

ଝିଅ ଶାଶୂ ଘରେ ହେଉ ମାଲିକାଣୀ

ଝିଅ ଝିଅ ଜନ୍ମ କଲେ ଲକ୍ଷ୍ମୀ ପ୍ରତିମା

ବୋହୂ ଝିଅ ସାଜେ ପୋଡ଼ାମୁହିଁ ଅଲକ୍ଷଣୀ

ଝିଅର କଥାରେ ଜ୍ୱାଇଁ ଚାଲିଲେ ବୋଲାଏ ଦେବଦୂତ

ବୋହୂ କଥା ଟିକେ ପୁଅ ଶୁଣିଦେଲେ ମାଇପ ସୁଆଗି ମରଦ

ବୋହୂ ମରୁଅଛି ଶାଗ ପଖାଳରେ

ଝିଅକୁ ପଠାନ୍ତି ପିଠା ପଣା

ଏସବୁ ଶାଶୁଙ୍କ ଅଶେଷ ମହିମା

ମନ୍ତ୍ରଣା ଦିଅନ୍ତି ଝିଅ କାନେ କାନେ ମୁଁହରେ ଜବାବ୍ ଦେବ

ବୋହୂ ଯଦି କେବେ ଉଁ ଟିଏ କଲା ବିଧା ଗୋଇଁଠା ଖାଇବ

ମନରେ ହରଷ ଆଖିରେ ତରସ ଝିଅ ଯେଉଁ ଦିନ ଆସିବ

ମୁଁହଟାକୁ ପୁରା ହାଣ୍ଡି କରିଥାନ୍ତି ବୋହୂ ବାପ ଘର ଯିବ

ଝିଅ ଚଳାଉ ହୁକୁମ୍

ବୋହୂ ପାଇଁ ଏଠି ଜୁଲୁମ୍

ବୋହୂ ଟିକେ ଯଦି ମୋବାଇଲ ଧରେ ଅଲଗା ଗେରସ୍ତ ଖୋଜୁଛି

ଝିଅ ଯଦି କେବେ ମୋବାଇଲ ଧରେ ଖୁସି ମଜା ଟିକେ କରୁଛି

ଝିଅ ଉପରେ ଜୁଲୁମ୍ ହେଲେ ଦୌଡ଼ନ୍ତି ଥାନା ମୁଣ୍ଡା

ବୋହୂ ଉପରେ ଜୁଲୁମ୍ କରି କମ୍ପାନ୍ତି ଗାଆଁ ଗଣ୍ଡା

ଶାଶୁ ଯେବେ ମାଆ ସାଜିବ

ବୋହୂ କିବା ଆଉ ଜୁଲୁମ ସହିବ

ନିଜେ ନିଜେ ଝିଅ ସାଜିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational