Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ରାଜା ଥାଇ ପ୍ରଜା ରାଜ୍ୟ ଯେ ଛାଡ଼ନ୍ତି

ରାଜା ଥାଇ ପ୍ରଜା ରାଜ୍ୟ ଯେ ଛାଡ଼ନ୍ତି

1 min
389


ଧିକ ସେହି ରାଜା ଧିକ ସେ ଶାସନ

ପ୍ରଜା ଛାଡ଼ନ୍ତି ଯେ ରାଜ୍ୟ l

ଦୁଇ ଦିନେ ଏଠି ପ୍ରଜା ତ ଛାଡ଼ନ୍ତି

ସୁନ୍ଦର ତୁମର ରାଜ୍ୟ ll


ମନ୍ତ୍ରୀଙ୍କର ତୁମ ନୂତନ ନିୟମ

ସମ୍ବିଧାନ ଠାରୁ ବଳି l

ମାନବାଧିକାର ନିୟମ ସବୁ ତ

ଯାଏ ତୁମ ପାଖେ ଟଳି ll


ମନ୍ତ୍ରୀ ତ ତୁମର ଭାରି ଯେ ଚତୁର

ଦେଖାନ୍ତିନି ନିଜ ଦୋଷ l

ପ୍ରଜା ଯଦି ସତେ ଛିଙ୍କି ଦେଲା କିଏ

 ଛାଡିବ ନିଶ୍ଚେ ଉଆସ ll


ମୁଁ ମନେ ଭାବୁଛି ରାଜା ନିଶ୍ଚେ ଭାଇ

ହେଉଥିବେ ମନେ ଭାବି l

ସୁନ୍ଦର ରାଇଜ ଅଟଇ ମୋହର

ନଯିବା କଥା କେବେ ବି ll


ରାଜା ତ ଆମର ଶିଖିତ ନାହାନ୍ତି

ବିଚାର ନିଜେ କରିବା l

ମନ୍ତ୍ରୀଙ୍କ କଥାରେ ରାଜା ଯେ ନାଚନ୍ତି

ଧିକ ତାଙ୍କ ରାଜା ହେବା ll


ମନ୍ତ୍ରୀଙ୍କ ପାଖରେ ନାହିଁ ସମାନତା

କହେ ସରଳ ଯେ କଥା l

ତା ପାଇଁ ନିୟମ ହୁଅଇ ନୂତନ

ଧିକ ସେ ରାଜାଙ୍କ ମଥା ll


ମନ୍ତ୍ରୀଙ୍କ କଥାରେ ରାଜା ତ ଆମର

ଦିଅନ୍ତି ନିଜେ ସ୍ଵାକ୍ଷର l

କେମିତି ନିୟମ ବୁଝା ପଡୁନାହିଁ

ଧିକ ଶାସନ ତୁମର ll


ପାତର ଅନ୍ତର ଅଛି ପାଖେ ଯାର

ନୁହେଁ ଶ୍ରେଷ୍ଠ ସିଏ ରାଜା l

ପ୍ରଜା ଆନ୍ଦୋଳନ ନିଶ୍ଚୟ ଘଟିବ

ସୁଧୁରି ଯାଅ ହେ ରାଜା ll


ଧିକ ସିଂହାସନେ ବସିଛ ହେ ରାଜା 

ଧିକ ବ୍ୟବସ୍ଥା ତୁମର l

ଶାସନର ଜ୍ଞାନ ପଢ଼ ଟିକେ ତୁମେ

ଲୋଡ଼ା ଜ୍ଞାନ ଶୃଙ୍ଖଳାର ll


ରାଜା ହୋଇ ଯଦି ନ ଦେଇ ପାରିବ

ସମ ନ୍ୟାୟ ଯେ ପ୍ରଜାଙ୍କୁ

ରାଜ ସିଂହାସନେ ବସିଛ କାହିଁକି

ଲାଜ ଲାଗୁନି ତୁମକୁ ll


ରାଜା ହେବା ଏତେ ସହଜ ନୁହଇଁ

ଶୁଣ ତୁମେ ଅନ୍ଧ ରାଜା l

ସମ ନ୍ୟାୟ ଦେବା ଶିଖ ହେ ରାଜନ

ତା ପରେ ହୋଇବ ରାଜା ll



Rate this content
Log in

Similar oriya poem from Inspirational