Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ଅନ୍ଧ ରାଜା

ଅନ୍ଧ ରାଜା

1 min
353


ଧିକ ସେହି ରାଜା ଧିକ ସେ ଶାସନ

ଧିକ ସେହି ସିଂହାସନ l

ସମାନତା ଦେବା ନାହିଁ ଯା କ୍ଷମତା

ନ ହୁଏ ଶ୍ରେଷ୍ଠ ରାଜନ ll


ଧିକ ସେହି ରାଜା ରଖିଛି ଯେ ମନ୍ତ୍ରୀ

ନାହିଁ ସମାନତା ଜ୍ଞାନ l

ମନ୍ତ୍ରୀ ହେବା ସେତ ନୁହଇଁ ସହଜ

ଧିକ ସେ ଅନ୍ଧ ରାଜନ ll


ଧିକ ତୁମ ସେହି ଅଯୋଗ୍ୟ ଶାସନ

ଧିକ ଦେଖାଣିଆ କାମ l

ଦୁନିଆ ତୁମକୁ କେବେ କହିବନି

ନ୍ୟାୟ ଦାତା ରାଜା ଆମ ll


ନାହିଁ ତୁମ ରାଜ୍ୟେ ସମ ନ୍ୟାୟ ନୀତି

ସଭିଏଁ କରନ୍ତି ନିନ୍ଦା l

ଭ୍ରଷ୍ଟ ରାଜା ଆଖ୍ୟା ତୁମେ ତ ପାଇବ

ଜଗତ କରିବ ନିନ୍ଦା ll


ରାଜା ସାଜି ଯଦି ନ ଦେଇ ପାରିବ

ସମ ନ୍ୟାୟ ଯେ ପ୍ରଜାଙ୍କୁ l

ରାଜ ସିଂହାସନେ ବସିଛ କାହିଁକି

ଲାଜ ଲାଗୁନି ତୁମକୁ ll


ମନେ ତୁମେ ଭାବ ସୁନ୍ଦର ରାଇଜ

ରାଜ୍ୟର ତୁମେ ତ ରାଜା l

ରାଜା ହେବା ଏତେ ସହଜ ନୁହଇଁ

ଶୁଣ ତୁମେ ଅନ୍ଧ ରାଜା ll



Rate this content
Log in

Similar oriya poem from Inspirational