STORYMIRROR

Kananbala Das

Inspirational

3  

Kananbala Das

Inspirational

ଏକକ ନାୟିକା

ଏକକ ନାୟିକା

1 min
380


ଏକକ ନାୟିକା ଏକକ ଚରିତ୍ର

   ଏକକ ବ୍ୟକ୍ତିତ୍ଵ ଯାର

ଉପ ନାୟିକା କି ଉପଯାଚିକା ତ

  ନୁହେଁ ସେ କେବେ କାହାର।


ବିନମ୍ରତା ଭାବ ବଳିଷ୍ଠ ଚରିତ୍ର

   ବ୍ୟକ୍ତିତ୍ଵ ର ପରାକାଷ୍ଠା ,

ମର୍ଯ୍ୟାଦା ର ସହ ସମ୍ମାନ ଆଦରି

   ଏକାଗ୍ରତା ସହ ନିଷ୍ଠା।


କୋହାଚ୍ଛନ ଭାବ ଅଲିଖିତ କାବ୍ୟ

    ଅଵୋଧ୍ୟ ପ୍ରତୀକ ଟିଏ,

ନିଜେସେ କବିତା ସୁଦୀର୍ଘ କାବ୍ୟ ସେ

   ତାକୁ ବା ବୁଝିବ କିଏ।


ନାରୀତ୍ୱ ଗାରିମା ମର୍ଯ୍ୟାଦାର ସୀମା 

   ଲଙ୍ଘେନାହିଁ ଜୀବନରେ,

ସଂସ୍କାରିତ ପ୍ରାଣ ସଂସ୍କୃତି ରେ ପୂର୍ଣ୍ଣ 

    ସତ୍ୟ କୁ ସ୍ବୀକାର କରେ।


ନିଜର ସୁଗନ୍ଧେ ନିଜେ ବିଭୋରୀତ

    କସ୍ତୁରୀ ମୃଗର ପ୍ରାୟ,

ଲୋଡ଼େ ନାହିଁ କେବେ ପ୍ରଶଂସା କାହାର 

    ଦୃଢ଼ତା ମନରେ ଥୟ।


ଅଳିକ ପ୍ରାପ୍ତି ରେ ସୁଖ ଲାଳସାରେ 

    ନୁହେଁ ସେ ଉପଯାଚିକା,

ସ୍ୱତନ୍ତ୍ରତା ନେଇ ଅନନ୍ୟ ପ୍ରତିମା

   ଅତୁଳନୀୟା ନାୟିକା ।


ନିରାଶା ର ଆଶା ମନ୍ଦାକିନୀ ଧାରା 

    ଅମୃତ ର ଆସ୍ୱାଦନ ,

ଅନ୍ଧାରେ ପ୍ରଦୀପ ସ୍ୱପ୍ନର ସମ୍ଭାର

    ସୁରଭିତ ସମୀରଣ।


ନାରୀତ୍ବ ସମ୍ମାନେ ଗୋୖରବମୟୀ ସେ 

    ଅର୍ଘ୍ୟ ଜୀବନ ବେଦୀ ର ,

ସୌରଭରେ ପୂର୍ଣ୍ଣ ଗର୍ବର ସମ୍ଭାର 

    ତ୍ୟାଗର ଗୌରୀଶଙ୍କର।



    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational