Ghanashyam Jena

Inspirational

3  

Ghanashyam Jena

Inspirational

ନନ୍ଦରାଣୀଙ୍କ ବିଳାପ.୨

ନନ୍ଦରାଣୀଙ୍କ ବିଳାପ.୨

1 min
384


ଝରି ପଡୁଚିକି ଲୋତକ, ଝର ଝର ନୟନୁ

ଝୁରିଝୁରି କ୍ଷୀଣ ହୋଇଲା,ଧନରେ ମୋର ତନୁ ।


ନାଶି ବକା,ଅଘା,ଧେନୁକା,ନେଲୁ ପୁତନା ପ୍ରାଣ,

ନାଚ କଲୁ କଳୀୟ ଶିରେ,କଲୁ ଦର୍ପଦଳନ ।


ଟେକି ଗୋବର୍ଦ୍ଧନ ଧଇଲୁ,ରକ୍ଷା କଲୁ ଗୋପକୁ,

ଟାଣ ପଣ ନାଶି ଇନ୍ଦ୍ରର, ଭାଙ୍ଗିଦେଇ ଦର୍ପକୁ ।


ଠୁଳ ହୋଇ ଗୋପୀ ସକଳ,ସ୍ନାନ କରିଲା କାଳେ,

ଠୁଳ କରି ସବୁ ବସନ,ନେଲୁ କଦମ୍ବ ଡାଳେ ।


ଡର ନ ଲାଗଇ ଧନରେ,ବନେ ବୁଲୁ ଏକଲା,

ନ ଡରି ଅସୁରେ ମାଇଲୁ,ଏକି ବିଚିତ୍ର ଲୀଳା ।


ଢଳି ଢଳି ନାଚୁ କୁଞ୍ଜରେ,ସଙ୍ଗେ ଶ୍ରୀରାଧା ବାଳୀ,   ଢଳି ନାଚୁଛନ୍ତି ବେଢିଣ,ସଙ୍ଗେ ବରଜ ବାଳୀ ।


ନ ମାନିଣ ଖରା ବରଷା,ଶୀତ କାକର ତାତି,

ନେଇ ଧେନୁପଲ ସଙ୍ଗତେ,ବନସ୍ତେ ବୁଲୁନିତି ।


ତୋତେ କ୍ଷଣେ ନଦେଖିଲେରେ,ଧନ ଆତୁରମନ,

ତୁହି ମୋର ଗଳାହାରରେ,ମୋର ଗଣ୍ଠିର ଧନ ।


ଥୟ ହୋଇ ବସିନପାରେ,ବେଳ ହେଲେ ଉଛୁର, 

ଅଥୟେ ଆସିବା ବାଟକୁ,ଚାହେଁ ଥରକୁ ଥର ।

       କ୍ରମଶଃ


Rate this content
Log in

Similar oriya poem from Inspirational