STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଏ ମୋ ଓଡ଼ିଶା

ଏ ମୋ ଓଡ଼ିଶା

1 min
407

ଆଷାଢ଼ କାର୍ତ୍ତିକ ମାର୍ଗଶିର 

ମାଘ ଓ ବୈଶାଖ ମାସରେ ସାର;

କାର୍ତ୍ତିକ ମାସ

ଡଙ୍ଗା ଭସା

ଆ କା ମା ବୈ ପାନ ଗୁଆଖାଇ 

ପାନ ଗୁଆତୋର 

ମାସକ ଧରମମୋର;

'ଏ ମୋ ଓଡିଶା' ପ୍ରଥା ପରମ୍ପରାରେ 

ଭରା ଓ ଭାରି ସୁନ୍ଦର।


ଯେଉଁଠି ନାହିଁ

ସେଇଠି ଅଛି

ବାର ମାସେ ତେର ପରବ

ସେହି ମୋହର ଜନମ ଭୂଇଁ

ଓଡିଶା ମୋର ଗରବ।


ଚାରି ଧାମରେ

ଶ୍ରେଷ୍ଠ ଧାମ

ଯହିଁ ବସିଛି ନୀଳାଚଳିଆ

ମାଶାଣୀ ଯାର

ସରଗ ଦ୍ୱାର

କିଏ ହେବ ମୋ ଜଗା ଭଳିଆ।


ବଣ ଝରଣା

ପାହାଡ଼ ନଈ

ପ୍ରାକୃତିକ ସୁଷମାରେ ପୂର୍ଣ୍ଣ ଭୁଇଁ

ବୀର ପାଇକ କଥା

ଦଇଆ ନିତି ଗାଇ ବହଇ

ଏମିତି ଭୂଇଁରେ ଜନମ ଲଭି ହୋଇଛି ଧନ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational