ବିଫଳତା ହିଁ ସଫଳତାର ଚାବିକାଠି
ବିଫଳତା ହିଁ ସଫଳତାର ଚାବିକାଠି
ଜୀବନରେ ବେଳେ ବେଳେ
ଭୁଲ ହୋଇଯାଏରେ ଭୁଲ ହୋଇଯାଏ
ସେହି ଭୁଲ ମଣିଷକୁ
ବହୁ ଶିକ୍ଷାଦିଏ ବହୁ ଶିକ୍ଷା ଦିଏ ||
ଜୀବନରେ ବେଳେ ବେଳେ
ବିଫଳତା ଆସେ ବିଫଳତା ଆସେ
ସଫଳତା ହାସଲର
ସୂତ୍ର ଦେଇ ବସେ ସୂତ୍ର ଦେଇ ବସେ||
ବୈଜ୍ଞାନିକ ତତ୍ତ୍ବ ଦେହେ
ତ୍ରୁଟି ରହିଥିଲେ ତ୍ରୁଟି ରହିଥିଲେ
ସେହି ତ୍ରୁଟି ବିଷୟରେ
ଅନୁଧ୍ୟାନ କଲେ ଅନୁଧ୍ୟାନ କଲେ;
ନିଷ୍ଠାପର ଭାବନେଇ
ଗବେଷଣା କଲେ ଗବେଷଣା କଲେ
ସେହି ତ୍ରୁଟି ସୁଧାରିବା
ଉପାୟଟା ମିଳେ ଉପାୟଟା ମିଳେ||
ଜୀବନର ଚଲା ପଥେ
ଅଭାବ ଆସଇ ଅଭାବ ଆସଇ
ମଣିଷର ମନେ ପ୍ରାଣେ
ବହୁ କଷ୍ଟ ଦେଇ ବହୁ କଷ୍ଟ ଦେଇ||
ସେ ଅଭାବ କରିବାକୁ
ଦୂର ବହୁ ଦୂର ଦୂର ବହୁ ଦୂର
ଅହରହ ଚେଷ୍ଟା କଲେ
ମିଳେ ତା ଉତ୍ତର ମିଳେ ତା ଉତ୍ତର ||
ଭୁଲ ଅଟେ ଜନନୀ ତ
ଠିକ୍ କରିବାର ଠିକ୍ କରିବାର
ବିଫଳତା ଚାବିକାଠି
ସଫଳ ହେବାର ସଫଳ ହେବାର||
ଅଭାବ ତ ଜନନୀ ଯେ
ଉଦଭାବନର ଉଦଭାବନର
ନିଷ୍ଠା ସହ ନିରନ୍ତର
ଲୋଡା ପ୍ରଚେଷ୍ଟାର ଲୋଡା ପ୍ରଚେଷ୍ଟାର ||
ଥରେ ଚେଷ୍ଟା କରି ତୁମେ
ବ୍ୟର୍ଥ ହୋଇପାର ବ୍ୟର୍ଥ ହୋଇପାର
ମନ ଉଣା କର ନାହିଁ
ପୁଣି ଚେଷ୍ଟାକର ପୁଣି ଚେଷ୍ଟାକର ||
ପଥରକୁ ବାରମ୍ବାର
କରିଲେ ପ୍ରହାର କରିଲେ ପ୍ରହାର
ଭାଙ୍ଗି ଚୂନା କରେ ଏକ
ଅନ୍ତିମ ପ୍ରହାର ଅନ୍ତିମ ପ୍ରହାର ||
ଅନ୍ତିମକୁ ଛାଡିଦେଲେ
ତା ପୂର୍ବ ପ୍ରହାର ତା ପୂର୍ବ ପ୍ରହାର
ଭାବିବନି କେବେ ତାହା
ଅଟଇ ବେକାର ଅଟଇ ବେକାର ;
ଅନ୍ତିମର ସଫଳତା
ଶ୍ରେୟ ପ୍ରଥମର ଶ୍ରେୟ ପ୍ରଥମର
ସଫଳତା ଦେଇଥାଏ
ଚେଷ୍ଟା ନିରନ୍ତର ଚେଷ୍ଟା ନିରନ୍ତର||
ଲୋଡା ଅଛି ପ୍ରତି କାର୍ଯ୍ଯେ
ଆତ୍ମବିଶ୍ବାସର ଆତ୍ମବିଶ୍ବାସର
ମନେ ଦୃଢ ମନୋବଳ
ରଖି କାର୍ଯ୍ଯକର ରଖି କାର୍ଯ୍ୟ କର ||
ବିଫଳତା ଦେଖି ମନେ
ଆଣିବନି ଡର ଆଣିବନି ଡର
ବିଫଳତା ଚାବିକାଠି
ସଫଳ ହେବାର ସଫଳ ହେବାର||
