STORYMIRROR

Debabrata Mishra

Inspirational Others

3  

Debabrata Mishra

Inspirational Others

ହେ ମୋହନ

ହେ ମୋହନ

1 min
274


ହେ ମୂରଲିମୋହନ ! 

ତୁମେ ଶିଶୁ ଶୈଶବତାର କୋମଳ ସ୍ନେହଫୁଲ

ବାଲ୍ୟର ଅଝଟ ଅଳି ଓ ଚପଳାମିର ବଗିଚା

ତୁମେ ଚାଖିଥିଲ ମାଟିର ସ୍ୱାଦକୁ ମାଟି ପାଇଁ

ପୁତନାର ବକ୍ଷବିଷ ବି ସାଜିଲା ତୁମପାଇଁ ପିୟୁଷ

ଭାଗ୍ୟବତୀ ସେ ତୁମ ସ୍ପର୍ଶେ ସରିଲା ତା ଆୟୁଷ

ଦୋଳିରେ କ୍ରୀଡ଼ାରତ ତୁମେ ସର୍ବଜ୍ଞ ପୁଣି ଅଜଣା

କୁନିକୁନି ପାଦେ ଶକଟାସୁରର ନିଶ୍ୱାସ ଶେଷ, 


ହେ ଗୋପୀଜୀବନ !

ଗୋପପୁରର ଗୋପକିଶୋର ରୂପରାଜ ଗୋପ୍ରେମୀ

ତୁମେ ମୟୁରଚୂଳିଆ ସଖାପ୍ରାଣ ସଖୀପ୍ରିୟ ଶ୍ରୀକୃଷ୍ଣ

ଦହିଚୋର ଗଉଡପୁଅ ଯଶୋଦାନନ୍ଦନ ପ୍ରେମକୁମାର

ତୁମ ବଂଶୀସ୍ୱନେ ପ୍ରୀତିର ମୁର୍ଛନେ ନାଚେ ଗୋପପୁର

କଦମ୍ବମୂଳ ଯମୁନାକୂଳେ ନନ୍ଦନନ୍ଦନ ହେ ନଟନାଗର

କିଶୋରୀ ରାଧାର ଶାସ୍ୱତ ପ୍ରେମ ଦିବ୍ୟ ଅସାଧାରଣ

ତୁମ କାଳୀୟ ଦଳନେ ଚମତ୍କୃତ କଲ ସାରା ସଂସାର, 


ହେ ରାଧାମୋହନ ! 

ଅନେକ କଳଙ୍କ ମୁଣ୍ଡାଇଲ କେତେ ତୁମ ଅବୁଝା କ୍ଲେଶ

ଅଜ୍ଞାନୀ ମଣିଷ ବୁଝେନି ତୁମର ଭକ୍ତିପ୍ରେମର ରହସ୍ଯ

ପ୍ରକୃତି ରକ୍ଷକ ହେ ଯୁଗପୁରୁଷ ତୁମ ଲୀଳା ଅପୂର୍ବ

ଗୋଟିଏ ଆତ୍ମାକୁ ଦୁଇ ଶରୀରେ ପ୍ରେମଲୀଳା ରଚିଲ

ମନର ଚେତନା ଭାବଗ୍ରାହୀ ତୁମେ କଂସ ହରିଲ

ଭ୍ରାତା ବଳରାମ ସଙ୍ଗେ ରହିଥିଲେ ପ୍ରତି କ୍ଷଣରେ

ସଖା ସହୋଦର ସୁଦାମାବନ୍ଧୁର ମହାନ ଦ୍ରୁଷ୍ଟାନ୍ତ ଦେଲ..। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational