STORYMIRROR

Priyabrata Mohanty

Inspirational

3  

Priyabrata Mohanty

Inspirational

ସରପଞ୍ଚ

ସରପଞ୍ଚ

1 min
276

ରାଜନୀତି କରେ     ନେତା କୁଜିନେତା

ଧନ୍ୟ ତାଙ୍କର ମାୟା,

ଭୁଲି ଯାଇ ଅଛି     ଅତୀତର କଥା

ପାର୍ଟି ପ୍ରେମରେ ବାୟା ।୧।


ଦୁଆରେ ଦୁଆରେ     ହାତ ଯୋଡି କରି

ବୁଲୁଥିଲା ସେ ଦିନେ,

ସରପଞ୍ଚ ହେବା     ପର ଠାରୁ ଆଉ,

ପଡୁନି ଲୋକେ ମନେ ।୨।


ପ୍ରତିଶ୍ରୁତି ଦେଇ     କହିଥିଲା ବସି,

କରିବ ଗାଁର କାମ,

ସରକାରଙ୍କର     ସୁବିଧା ସୁଯୋଗେ

ହସି ଉଠିବ ଗ୍ରାମ ।୩।


ଦଳୀୟ କରମି     ହୋଇଥିଲେ ବାବୁ

ସୁଯୋଗ ସବୁ ଆଗେ,

ନହିଲେ ବସିକି      ତାରିଖ ଗଣିବୁ

ଭାଗ ନପଡ଼େ ଭାଗ୍ୟେ ।୪।


ମିଳିବ ନାହିଁରେ      ଇନ୍ଦିରା ଆବାସ

କଟିବ ନାଆଁଟି ତୋର

ସେବାରୁ ବଞ୍ଚିତ     ହୋଇବୁରେ ଧନ

କଲେ ବିରୁଦ୍ଧ ସ୍ୱର ।୫।


କରୋନା ଦିନଠୁଁ     ଜିଲ୍ଲାପାଳ ହୋଇ

ଅଡର ଝାଡେ କେତେ,

ସ୍ୱାର୍ଥପର ହୋଇ   ଜନତାର ଧନ

ଲୁଟୁଛି ନିଜ ହାତେ ।୬।


ଶାସନ ଗାଦିରେ     ଯିଏ ବା ବସିଲା

ନୁହନ୍ତି ଜମା ଭଲ,

ଗରୀବର କଥା     କେହି ନ ଶୁଣନ୍ତି

ତେଲିଆ ମୁଣ୍ଡେ ତେଲ ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational