ଆତ୍ମସ୍ଥ
ଆତ୍ମସ୍ଥ
1 min
237
ଏକଲା ପଣର ନୀରବତାରେ
ଜିଉଁଥିବା ମଣିଷଟିଏ
ଆହା କେତେ ଭଲ
ଠିକ୍ ଈଶ୍ୱର ଭଳି ।
ଈଛା ଥାଏ ନାଁ ଆଗ୍ରହ,
ଶିହରଣ କି ସମ୍ମୋହନ ବି ନଥାଏ
କେବଳ ବସିଥାଏ କେଉଁ ଗୋଟେ
ଆଦିମ କ୍ଷୁଧାରେ..... ଯାହା
ଅନବରତ ବଢୁଥାଏ ।
ଈଶ୍ୱର ମଣିଷ ହସେ ଆଉ ହସେନି ବି
କାନ୍ଦେ ଆଉ କାନ୍ଦେନି ବି ,
କେବଳ ଶୂନ୍ୟ ବିବର୍ତ୍ତନରେ
ଝୁମୁ ଥାଏ ।
ଜମା ବିବ୍ରତ ହୁଏନି ,କାକୁସ୍ଥ
ତ ଆଦୌ ନୁହେଁ ।
ନିର୍ଘାତ ନିଦାଘ ହେଉ ବା ଝରା ଶ୍ରାବଣ
ତାର ବା କି'ଯାଏ ?
ସେ ବଞ୍ଚୁଥାଏ ଏକା ଏକା
ନିଜ ସହ ବିଦ୍ରୋହରେ,ରମଣରେ
ଆଉ ନିବିଡ଼ ପ୍ରେମରେ ।