STORYMIRROR

Pramila Mohanty

Romance Fantasy

3  

Pramila Mohanty

Romance Fantasy

ମିଳନ୍ତାକି ସାଥିପରି ସାଥିଟିଏ

ମିଳନ୍ତାକି ସାଥିପରି ସାଥିଟିଏ

1 min
209


ମିଳନ୍ତାକି ସାଥିପରି

ସାଥିଟିଏ ତାକୁନେଇ

ଗଡ଼ନ୍ତି ନୂଆ ନୀଡଟିଏ

ବସାଇ ରଖି ଥାନ୍ତି ମୋ

ମନ ମନ୍ଦିରେ ଯେପରି

ସୁବର୍ଣ୍ଣ ସୀତା ବସିଥିଲେ

ଯଜ୍ଞସ୍ଥଳିରେ,

ପ୍ରିତିର ପରରେ ଉଛୁଳା

ମମତାରେ ଆହୁଲା ଭରି

ଘୂରି ବୁଲନ୍ତୁ ଦୁହେଁ ସୁନୀଳ

ଗଗନ ବକ୍ଷେ,

ମେଘସହ ମିଶି କରନ୍ତୁ

ଦୁହେଁ ସୁଖ ଆଳାପ କେତେ

ଅକୁହା ଅସରନ୍ତି ଗଳ୍ପ

ଚାହିଁ ରହନ୍ତୁ ଦୁହେଁ ଦୁହିଁଙ୍କୁ

ର୍ନିଲିପ୍ତ ପଲକେ,

ଚୋରାଇ ଆଣନ୍ତୁ ରୂପା

ଜହ୍ନର ଖିଲି ଖିଲି ହସ

ସଜାଇ ରଖନ୍ତୁ ପରସ୍ପରଙ୍କ

ଓଷ୍ଠଦେଶେ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance