STORYMIRROR

Samita Swain

Fantasy Children

3  

Samita Swain

Fantasy Children

ଆଳସ୍ଯ

ଆଳସ୍ଯ

1 min
233


ଆଳସ୍ଯର ସ୍ଥାନ ନଥାଏ ଜୀବନେ

   ଯିଏ ଅଟେ କର୍ମବୀର 

ଭାଗ୍ଯକୁ ନ ନିନ୍ଦି ଦୁଃଖରେ ନରହି 

  ପରିଶ୍ରମ ଟିକେ କର।।


ମାଆ ଧରିତ୍ରୀ ଯେ ସାଇତି ରଖିଛି 

   ସବୁଚିଜ ଆମ ପାଇଁ 

ଶ୍ରମ କଲେ ସିନା ସୁଖରେ ରହିବା 

   ଅଭାବ ରହିବ ନାହିଁ।।


ଆଳସ୍ଯ ତ ଅଟେ ଦୁଃଖର କାରଣ 

    ଶ୍ରମ ସୁଖର କାରଣ 

ବାଇ ଚଢେଇଟି ବିନା ଶ୍ରମରେ କି'

    ବସା କରଇ ନିର୍ମାଣ।।


ଭ୍ରମର କି ଯଦି ଉଡିବୁଲେ ନାହଁ 

  ମଧୁ କି ପ୍ରବେଶେ ମୁଖେ

ବିନା ପରିଶ୍ରମେ ଜୀବ ଠାରୁ ଜନ୍ତୁ

   ରହି କି' ପାରିବେ ସୁଖେ।।


ଅଳସୁଆ ହେଲେ ଦୁଃଖ ପାଇବାଟା 

  ଏହା'ତ ଶାସ୍ତ୍ରରେ ଲେଖା 

ପରିଶ୍ରମି ଲୋକ ସବୁବେଳେ ପାଇଁ 

   ସଂପଦର ହୁଏ ସଖା।।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy