STORYMIRROR

Gangotri Priyadarshini

Abstract Fantasy Others

3  

Gangotri Priyadarshini

Abstract Fantasy Others

ଅବ୍ୟକ୍ତ ଅନୁଭବ ଏକାଦଶ ଭାଗ

ଅବ୍ୟକ୍ତ ଅନୁଭବ ଏକାଦଶ ଭାଗ

1 min
260

ପ୍ରତି ମୁହୁର୍ତ୍ତ ମୋର

ତୁମ ସାନିଧ୍ୟ ରେ ଯେମିତି 

ମହାର୍ଘ ପାଲଟି ଯାଏ

କେହି ମାେ ସହ ରହୁ ନ ରହୁ

ତୁମେ ତ ପାଖେ ଥାଅ

ସଚ୍ଚୋଟ ସାଥିଟେ ପରି

ବିଶ୍ଵସ୍ତ ହୃଦୟ ଟେ ପରି ।


ତୁମେ ତ ଖୋଲା ଆଉ 

ଖାଲି ପୃଷ୍ଠାର ଡାଏରୀ ଟେ

ତୁମେ କେବେ କଷ୍ଟ ଦେଇନ

ବରଂ ମୋ ଦୁଃଖ ସୁଖ

ହସ କାନ୍ଦ ସବୁ ଅନୁଭବକୁ

ତୁମ ଭିତରେ ସାଇତିଛ

ମୋତେ ଆଶ୍ବସ୍ତ କରି ।


ତୁମେ ସାହସ ଦେଇଛ

ସାହାରା ସାଜିଛ

ମାେ ସବୁ ଅବ୍ୟକ୍ତ ଭାବକୁ

ଅର୍ଥପୂର୍ଣ୍ଣ କରିଛ

କେତେ କାନ୍ଦିଛି ତୁମ ପାଖେ

ସବୁ ଲୁହ ଶୁଖି ଗଲା ପରେ

ପୁଣି ଆଗକୁ ବଢ଼େ

ତୁମକୁ ଛୁଏଁ ନିଜର ପରି ଲାଗ

ମୋ ଠାରୁ ତୁମର

କିଛି ନଥାଏ ପାଇବାର ଭାଗ  


ମାେ ପାଖେ କଣ ଅଛି ଯେ

ମାେ ଭାଵନା ସବୁ

ତୁମ ପାଖେ ଉଦ୍ଜିବୀତ

ସଦ୍ୟ ସ୍ନାତା ଘାସ ଫୁଲ ପରି

କେତେ ମନର ଭାଷା 

ଶୁଣ ସବୁ ଗୋପନରେ

ସେଥିପାଇଁ ପ୍ରତି ଦିନ

ପ୍ରତି ସ୍ମୃତି ଅନୁଭୂତି ମୋର

ତୁମ ଖୋଲା ହୃଦୟରେ ସାଇତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract