କେମିତି କହିବି କିଏ ମୁଁ
କେମିତି କହିବି କିଏ ମୁଁ
ଜୀବନ ଦୀପରେ ସଳିତା ମୁଁ
ତୁମ ଅଙ୍କା ବଙ୍କା ରାସ୍ତାର ପଥିକ ମୁଁ ।
ଜୀବନ ପଥରେ ସାଥୀଟେ ମୁଁ
ସବୁରି ମନରେ ଆଶାଟେ ମୁଁ ।
କେମିତି କହିବି କିଏ ମୁଁ ।
କେବେ ଜୀବନର ସାଥୀ ହୋଇ
କେବେ ପୁଣି ଗଳାରେ ଫାଶୀ ହୋଇ
ପାଖେ ଥାଏ ମୁଁ ।
କେବେ ପୁଣି ପୁନେଇ ରାତିର ଜହ୍ନ ହୋଇ
କେବେ ଉଆଁସି ରାତିର ଅନ୍ଧାର ହୋଇ ।
ମନର କୋହ ହୁଏ ମୁଁ ।
କେମିତି କହିବି କିଏ ମୁଁ ।
କାହା ମନେ ଫୁଲ ପୁଣି କାହା ମନେ କଣ୍ଟା ମୁଁ
କାହା ପାଇଁ କୋଟି ଜନ୍ମ ପୂଣ୍ୟ ପୁଣି କାହା ପାଇ ପାପ ମୁଁ ।।
କେମିତି କହିବି କିଏ ମୁଁ ।
ନୀରବ ମନର ବ୍ୟଥା ମୁଁ
ଅକୁହା ଆଖିର ଝର ମୁଁ ।
ନିରୀହ ମନର ପ୍ରେମ ମୁଁ
ନିଷ୍ପାପ ଆଖିର ସ୍ପପ୍ନ ମୁଁ ।।
କେମିତି କହିବି କିଏ ମୁଁ ।।