STORYMIRROR

Gouranga Patel

Fantasy

3  

Gouranga Patel

Fantasy

ଏମିତି ହୁଅନ୍ତା ଯଦି

ଏମିତି ହୁଅନ୍ତା ଯଦି

1 min
244


ମନ ସବୁବେଳେ,

ନ୍ୟାୟ ସଂଗତ କଥାଗୁଡା ଭାବେ ।।

ଏମିତି ହେବା କଥା, ସେମିତି ହେବା କଥା,

ଶାନ୍ତି ର ମୂଳମନ୍ତ୍ର ପ୍ରତିଟି ପ୍ରାଣର ଭାଷା ।।

ଉଚିତ, ଅନୁଚିତ, ଯାହା ହେବା କଥା ଯଦି ତାହାହିଁ ହୁଅନ୍ତା,

ତାହେଲେ ସଂଶାର ଟା କେତେ ସୁରୁଖୁରୁ ରେ ଚଳନ୍ତା ! 

ଦୋଷ କଲେ ଛାଏଁ ଛାଏଁ ନିଜର କିଛି ଅନିଷ୍ଟ ଘଟି ଯାଉଥା'ନ୍ତା,

ଛୋଟ ଦୋଷକୁ ଛୋଟ ଶାସ୍ତି, ବଡ ଦୋଷ କୁ ବଡ, ସତରେ ଯଦି ହୁଅନ୍ତା ।।

ସମସ୍ତେ ଡରନ୍ତେ, ଦୁନିଆଁରୁ ଅନ୍ୟାୟ ଏମିତି ଦୂର ହୋଇ ଯାଆନ୍ତା,

ନା ଥା'ନ୍ତା ଭୟ , ଦୂର ହୁଅନ୍ତା ଚିନ୍ତା ର ବୋଝ ଆଉ ହଟହଟା ।।


ମାତା ସୀତାଙ୍କ ହରଣ, ରାବଣ ମରଣ ;

ସେ ବେଳର ମହାଭାରତ ଯୁଦ୍ଧ, ଏବର ଧ୍ବଂସ ର ତାଣ୍ଡବ, ଧନ୍ୟ ରେ ଧନ୍ୟ ।।

କଣ ପାଇଁ ରଚ ପ୍ରଭୁ ହେ ଲୀଳା,

ନା ହୁଅନ୍ତା କାଣ୍ଡ , ନା ହୁଅନ୍ତା ବ୍ୟତିବ୍ୟସ୍ତ ଏ ଧରା ।।

ହୋଇ ପାରିବ କି ପୁନର୍ଗଠନ,

ଏ ମୋ ବିରାଟ ପ୍ରଶ୍ନ ? 

ନ ହେଲେ ଆମ୍ଭେସବୁ ଏମିତି ମୁଣ୍ଡିଆ ମାରି ଚାଲିଥିବୁ,

ତ୍ରାହୀ ତ୍ରାହୀ ବୋଲି ଆର୍ତ୍ତନାଦ କରି ଚାଲିଥିବୁ ।।

ବୋଧ ହୁଏ ,ଏହା ନିୟତୀର ଚକ୍ର,

ଏବଂ, ମୁ ଗୋଟିଏ ମହା ମୂର୍ଖ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy