ଜୀବନ
ଜୀବନ
ଜୀବନ ଜୃମ୍ଭକ ଦେଖି ଜାତଶତ୍ରୁ ଜାତ
ଜଣତେ ଜୁଆରେ ଜାନ ଲଗାଇ ଜଡିତ
ଜନନୀ ଯନ୍ତ୍ରଣା ଭୁଲି ଈଶ୍ୱର ଜଣାଣ
ଜନପଦ ଲୋଭେ ଜଡିତ କୁକର୍ମ ମାନ ।
ସଂସାର ସର୍ବଦା ସର୍ଜନ ଶୁନ୍ୟ ସ୍ୱରୂପେ
ସରଳ ଶେଖର ଜୀବ ସୁରେଶ୍ୱର ରୂପେ
ଶ୍ରଦ୍ଧାରେ ବଞ୍ଚନ୍ତି ସ୍ମରି ସୁଦ୍ଧାଚାର ବାଣୀ
ସମ୍ବେଦନ ପଣେ ମଣିଷ ପଣିଆ ଠାଣି ।
ବେଳେବେଳେ ବିଶ୍ୱ ବିଷ ଭଳି ମନେ ହୁଏ
ବିଧି ବାମ ସାଜି ବିଦ୍ୱେଷ ବିତ୍ରତ ହୁଏ
ବାରମ୍ବାର ବ୍ରତ ବାଲିଚର ସମ ବ୍ୟାପେ
ତଥାପି ବାଲ୍ମୀକି ଅସମ୍ପୂର୍ଣ୍ଣ କେଉଁ ଶାପେ ।
ଶ୍ୱସ୍ତନକୁ ସ୍ମରି ଶାନ୍ତଶୀଳ ସନ୍ଥ ଆଜି
ଶୀତଳ ମନକୁ ଶୀର୍ଣ୍ଣ କରି ଯାଏ ଭାଙ୍ଗି
ସମ୍ଭାବନା ପଛେ ସପନ ସାଥିରେ ଧାଇଁ
ଷଡ଼ଯନ୍ତ୍ର ରଚେ ସଂସାରେ ବିଜୟ ପାଇଁ ।
ଥକି ଭାଳେ ଭିଜା ଭୂତାର୍ଥ ଭାବନା ମନେ
ଭୂସ୍ବର୍ଗ ଭୂମିକା ଭୁଲି ଗଲି କେଉଁ ପଣେ
ଭାତୃଭାଵ ବହି ଭାଷିଲେ ମିଠା ବଚନ
ଭୁବୀନ୍ଦ୍ର ପଣରେ ହେବ ଭାସ୍ୱର ଜୀବନ।
