STORYMIRROR

Lalit kumar Swain

Classics Fantasy Inspirational

3  

Lalit kumar Swain

Classics Fantasy Inspirational

ଜୀବନ

ଜୀବନ

1 min
246

ଜୀବନ ଜୃମ୍ଭକ ଦେଖି ଜାତଶତ୍ରୁ ଜାତ

ଜଣତେ ଜୁଆରେ ଜାନ ଲଗାଇ ଜଡିତ

ଜନନୀ ଯନ୍ତ୍ରଣା ଭୁଲି ଈଶ୍ୱର ଜଣାଣ

ଜନପଦ ଲୋଭେ ଜଡିତ କୁକର୍ମ ମାନ ।


ସଂସାର ସର୍ବଦା ସର୍ଜନ ଶୁନ୍ୟ ସ୍ୱରୂପେ

ସରଳ ଶେଖର ଜୀବ ସୁରେଶ୍ୱର ରୂପେ

ଶ୍ରଦ୍ଧାରେ ବଞ୍ଚନ୍ତି ସ୍ମରି ସୁଦ୍ଧାଚାର ବାଣୀ

ସମ୍ବେଦନ ପଣେ ମଣିଷ ପଣିଆ ଠାଣି ।


ବେଳେବେଳେ ବିଶ୍ୱ ବିଷ ଭଳି ମନେ ହୁଏ

ବିଧି ବାମ ସାଜି ବିଦ୍ୱେଷ ବିତ୍ରତ ହୁଏ

ବାରମ୍ବାର ବ୍ରତ ବାଲିଚର ସମ ବ୍ୟାପେ

ତଥାପି ବାଲ୍ମୀକି ଅସମ୍ପୂର୍ଣ୍ଣ କେଉଁ ଶାପେ ।


ଶ୍ୱସ୍ତନକୁ ସ୍ମରି ଶାନ୍ତଶୀଳ ସନ୍ଥ ଆଜି

ଶୀତଳ ମନକୁ ଶୀର୍ଣ୍ଣ କରି ଯାଏ ଭାଙ୍ଗି

ସମ୍ଭାବନା ପଛେ ସପନ ସାଥିରେ ଧାଇଁ

ଷଡ଼ଯନ୍ତ୍ର ରଚେ ସଂସାରେ ବିଜୟ ପାଇଁ ।


ଥକି ଭାଳେ ଭିଜା ଭୂତାର୍ଥ ଭାବନା ମନେ

ଭୂସ୍ବର୍ଗ ଭୂମିକା ଭୁଲି ଗଲି କେଉଁ ପଣେ

ଭାତୃଭାଵ ବହି ଭାଷିଲେ ମିଠା ବଚନ

ଭୁବୀନ୍ଦ୍ର ପଣରେ ହେବ ଭାସ୍ୱର ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics