ଝିଅଟିଏ ମୁଁ ଅଲୋଡ଼ା ନୁହଁ
ଝିଅଟିଏ ମୁଁ ଅଲୋଡ଼ା ନୁହଁ
ମୁଁ ଗୋଟିଏ ଝିଅ, ମୋତେ ଆଶିର୍ବାଦ ଟିକେ ଦିଅ ।
ଛୋଟ ଝିଅ ଟିଏ ଥିଲି, ଭାଇ ସାଙ୍ଗେ ଖେଳୁଥିଲି ।
ମାଆ ବାପା ଡାକୁଥିଲି, ଅଜା ଆଈ ସାଙ୍ଗେ ବୁଲି ।
ଗାଆଁ ଆମ୍ବ ତୋଟା ବୁଲି, ସାଙ୍ଗସାଥି ସାଙ୍ଗେ ଖେଳି ।
କେତେ ଖୁସି ହେଉଥିଲି, ମନେ ମନେ ଭାବୁଥିଲି ।
ଏଇ ମୋ ସରଗ ବୋଲି ।।
ଶାଶୁଘର ଚାଲିଗଲି, ସହର ରେ ପହଞ୍ଚିଲି ।
ଭାତ, ଶାଗ ରାନ୍ଧୁଥିଲି, ବୋହୂ ବେଶ ହୋଇଥିଲି ।
ଶାଶୁ ଶ୍ୱଶୁରଙ୍କ ସେବା କରି, ମନେ ମନେ ଖୁସି ହେଉଥିଲି ।
ମୁଁ ଝିଅଟେ ଜନମ କଲି, ଶାଶୁ ଶ୍ୱଶୁର ଠୁ ଦୁର ହେଲି ।
ସ୍ବାମୀଙ୍କ ଆଦର ପାଇ, ଝିଅକୁ ପାଠ ପଢ଼ାଇ ।
ଝିଅର ପଢିବା ଦେଖି, ଶାଶୁ ଶ୍ୱଶୁର ମୋ ହେଲେ ଖୁସି।
ଝିଅ ମୋ ପଢିଲା ପାଠ, ଦେଖି ହସିଲେ ଗାଁର ଲୋକ ।
ଝିଅ ମୋ ଚାକିରୀ କଲା, ହସ ଖୁସିରେ ସିଏ ରହିଲା ।
ଝିଅ ଗାଁ ଗାଁ ବୁଲି ଗଲା, ଝିଅ ବୋହୁ କୁ ଏକାଠି କଲା ।
ନିତି ଶିକ୍ଷା ମାନ ଦେଲା, ସମସ୍ତଙ୍କୁ ବୁଝାଇଲା ।
ଝିଅ ପଢ଼ିଲେ ପାଠ, ହସିବ ସାରା ଜଗତ।।
