କିନ୍ନର
କିନ୍ନର
ମାଆର ଯତନ, ପିତାଙ୍କ ସ୍ନେହରୁ
ହୋଇଯାଉ ଆମେ ବଞ୍ଚିତ
କେଉଁ ଅପରାଧ ପାଇଁ ସର୍ବଦା
ହେଉଛୁ ଆମେ ଦଣ୍ଡିତ ।
ଖୁସି ଅଗଣାରେ ବାଣ୍ଟିବାକୁ ଯାଉ
ଖୁସିର ବାରତା ଆମେ
କିନ୍ତୁ ଆମରି ଜନମେ ନିରାଶ ହୁଅ
କାହିଁକି କେଜାଣି ତୁମେ ।
ପୁତ୍ର ଅବା କନ୍ୟା ସନ୍ତାନ ଜନମେ
ଖେଳଇ ଖୁସି ଲହର
କିନ୍ତୁ ମୋର ଜନମେ ଦୂରେଇ ଆସନ୍ତି
ମୋତେ ମୋର ପରିବାର ।
ଭୂମିଷ୍ଠ ସନ୍ତାନ ଅଟଇ କିନ୍ନର
ମାଆ ଯେବେ ଜାଣଇ
ନ କରାଇ ସ୍ତନ୍ୟପାନ ସ୍ଥିର କରେ
ମାରିବାକୁ ତାକୁ ପ୍ରାଣେ ।
ଶାଢ଼ୀଟିଏ ପରିଧାନ କରି ବଦନେ
ରୂପ ନେଇଅଛି ନାରୀର
ତାଳି ମାରି ନିଜ ପେଟ ପୋଷିଥାଉ
ପରିଚୟ ପାଉ କିନ୍ନର ।
ସମସ୍ତ ଖୁସିରେ ଦେଉ ବଧାଇ ଆଶିଷ
ବଜାଇ ତାଳିର ଗୁଞନ
ପ୍ରତି ବଦଳରେ ମିଳଇ ଆମକୁ
ତିରସ୍କାର ଓ ଅପମାନ ।
ଏ ଭବ ସଂସାର ସନ୍ତାନ ସୁଖରୁ
କରିଛି ଆମକୁ ବଞିତ
ନିଜ ପରିବାର ଜଦି ଦିଅନ୍ତା ସେନେହ
ପିତାମାତାଙ୍କୁ କରନ୍ତୁ ଗର୍ବିତ ।
ସମସ୍ତ କର୍ତ୍ତବ୍ୟ ଆଉ ବନ୍ଧନରୁ
ହୋଇଲୁ ଆମେ ବହିଷ୍କାର
କେଉଁ ଅପରାଧେ ଦଣ୍ଡିତ କରେ ସମାଜ
ଦଣ୍ଡ ପାଉ ବାରମ୍ବାର ।