STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ଅକ୍ଷିତୃତୀୟା

ଅକ୍ଷିତୃତୀୟା

1 min
372


ଅକ୍ଷିମୁଠି ଅନୁକୂଳ

ବୈଶାଖ ବୈଶାଖି

ଚନ୍ଦନ ଲାଗି ବେଶ

ରଥ କାଠ ଅନୁକୂଳ

ଜୟଦେବ ଜୟନ୍ତୀ

ଜଗନ୍ନାଥଙ୍କ ପ୍ରିୟ

ଗୀତଗୋବିନ୍ଦ ପଂକ୍ତି

ନିଜେ ଲେଖି ଶୁଣୁଛନ୍ତି

ଭକ୍ତ ମାନ ରଖି

ବାରମାସେ ତେର ଯାତ୍ରା

ଅକ୍ଷିତୃତୀୟା ପ୍ରଥମ ପର୍ବ

ପାଞ୍ଜି ଉର୍ଦ୍ଧରେ ମାଙ୍ଗଳିକ

ପର୍ବ ଵିଧି ବିଧାନ

ମଣିଷ ଦେବତା ଏକତ୍ର ପାଳନ୍ତି

ଜଳକ୍ରୀଡା ପାଇଁ ପ୍ରଭୁ

ପ୍ରସ୍ତୁତ ହୋନ୍ତି ଚନ୍ଦନ ମାଖି

ଘଡି ପଥୁଲି ବସାନ୍ତି

ଜେଜେମା ପୂଜା କରୁଥାନ୍ତି

ଜୟ ଜୟଦେବ କବିବର

କବି କବୟିତ୍ରୀ ଉଚ୍ଚାରନ୍ତି

ତିଥି ପ୍ରକୃତି ଏକାକାରେ

ଏ ପର୍ବ ନିଆରା ଚନ୍ଦନ ପରାଏ

ଅଗରୁ କସ୍ତୁରୀ ମିଶା

ସୁଗନ୍ଧ ମଲ୍ଲୀର ବାସ୍ନା

ଗୋବିନ୍ଦ ଗୀତଗୋବିନ୍ଦରୁ

ଜୟଦେବଙ୍କୁ ସଭିଏଁ ଖୋଜନ୍ତି ll


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract