STORYMIRROR

Sunanda Mohanty

Children Stories Action Inspirational

4  

Sunanda Mohanty

Children Stories Action Inspirational

ସ୍ବାଧୀନ ଭାରତ 

ସ୍ବାଧୀନ ଭାରତ 

1 min
0


କିଛି ଲୋକ ଏବେବି ଅନ୍ଧକାରେ 
ପଚାରନ୍ତି ସ୍ବାଧୀନ ଭାରତ
ଆଉ ଅଛି କେତେବାଟରେ 
ସେମାନଙ୍କ ଭିତରୁ କେତେକ ନାରୀ 
ଯାହାର କିଛିନା କିଛି ଅଇରୀ 
ଥୋକେ ଗରୀବ ଲାଗିରହେ ଅଭାବ 
ଆଉ କିଛି ଲଙ୍ଗଳା ଫୁଙ୍ଗୁଳା ପିଲା 
କହିପାର ଚଗଲା ବା ଓଲା 
ଏମିତି ଲାଗେ ମାଆ ତାର ସେଇ ନାରୀ 
ଘରେ ଓ ବାହାରେ ବଇରୀ 
ବାପା ତାର ଦାଦନ ଅଥବା ଅଳସୁଆ 
କେହି ଦୀନହୀନ 
ପିଲାଟି କିନ୍ତୁ ଖୁସି ହୁଏ 
ଜାତୀୟ ପତାକା ଦେଖି ଡାକ ଦିଏ 
ବୋଉ..... ଏ ବୋଉ 
ମତେ ସ୍କୁଲକୁ ଛାଡେ ମୁଁ ଭଲ ପଢେ 
ଦେଶ ଓ ଜାତିକୁ ଏତେ ସ୍ବାଧୀନତା ଦେବି 
ତୁ ଦେଖିନଥିବୁ କେବେବି
ସତରେ ସେ ପାରିବ କି 
ବିସ୍ମୟ ବିଜ୍ଞାନକୁ ଆଲୋକ ଦେଖାଇ 
ସୁନାମୀ ବନ୍ୟା ମୃତ୍ୟୁକୁ ରୋକି ଦେଇ 
କର୍ମଠ କରେଇବ ପାହାଡ଼ ନଈ!


Rate this content
Log in