ପିନ୍ଧି ଶାଢ଼ୀ ମୁଣ୍ଡେ ଓଢଣା ଭିଡି
କାମରେ ଲାଗିଥାଏ ରାତିଦିନ
ସେ କହୁଥିଲା ପିଲାଙ୍କୁ ତୁମେ ସ୍ବାଧୀନ
କଣ ଖାଇବ କୁହ ରା଼ନ୍ଧିଦେବି
କଣ ପିନ୍ଧିବ ବାପାଙ୍କୁ କହି ଆଣିଦେଵି
ଛିଡାଇ ପରାଧୀନତାର ଶୃଙ୍ଖଳ
ଡେଇଁ ବୁଲି ଯେତେଇଚ୍ଛା ଖେଳ
ପିଲାଏ କହିଲେ ନାହିଁ ବୋଉ
ବେଳ ଆସିଛି ଭାବିବାକୁ
ସୁନାମୀ ରୋକିବାକୁ
ବନ୍ୟା ନିୟନ୍ତ୍ରଣ କରିବାକୁ
ଆଉ ପାପ ବଦଳେ ପୁଣ୍ୟ ନଦୀ
ଅବବାହିକାରେ ସନ୍ତରଣ କରିବାକୁ
କେମିତି ପୁଅ କେମିତି
ବିସ୍ମୟ ଆଖିରେ ବୋଉ ପଚାରନ୍ତି
ଏଇ ନାରୀ ଜାତିକୁ ସୁସମ୍ମାନ ଦେଇ
ଗୁରୁ ଗୁରୁଜନଙ୍କୁ ପ୍ରଣାମ ଜଣାଇ
ଶ୍ରଦ୍ଧା ରଖି କାମକରିଯିବାପାଇଁ
ତୁ ହିଁ ପ୍ରେରଣା ତୋ ପାଦେ ପ୍ରଣାମ ପ୍ରତିଦିନ
ଧନ୍ୟ ହେବ ସ୍ବାଧୀନତା ଜନ୍ମଦିନ
ସତରେ ଲୋ ବୋଉ ତୋ ପରି କିଏ ଆଉ
ବିସ୍ମୟ ବିଜ୍ଞାନ ପାଦ ତଳେ ତୋର
ଘେନା କର ପ୍ରଣାମ ଆମର