STORYMIRROR

Sunanda Mohanty

Abstract Romance Thriller

4  

Sunanda Mohanty

Abstract Romance Thriller

ପ୍ରେମ

ପ୍ରେମ

1 min
1


ଏଯାଏଁ କହନ୍ତି ସଭିଏଁ 
ନୁହେଁ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରେମର 
ବୁଝିଯିବ ଯଦି ଏକରେ ଅନେକ 
ଅନେକରେ ଏକ 
ସ୍ୱରୂପ ଅଟେ ପ୍ରେମର 
ମାଆ ଆଖିର ମମତା 
ହୃଦୟର ସ୍ନେହ 
ଅତ୍ୟନ୍ତ ପ୍ରେମ ନଜର 
ବାପାଙ୍କ ଆକଟ 
ପଢ଼ ପାଠ ଶାଠ ଚିନ୍ତା 
ମହକ ଅଟେ ପ୍ରେମର 
ସ୍ତ୍ରୀ ଆନୁଗତ୍ୟ ସ୍ୱାମୀ ଅନୁରାଗ 
ସବୁ ତ ସଂଜ୍ଞା ପ୍ରେମର 
ଦୁଇ ବନ୍ଧୁ ଯେବେ ସ୍ୱାର୍ଥ ସର୍ତ୍ତ ତେଜି 
ଏକାଠି ହୁଅନ୍ତି 
ଭୁଲି ଆପଣା ପର 
ହରିଣୀ ଶାବକ ଆମ୍ବୁଲାନ୍ସ ପଛେ 
ହସ୍ପିଟାଲ ଯାଏ ସହି ବାଟେ ପ୍ରତିଘାତ 
ମାଆ ତା ଅଛି ସେଥିର 
ଖୁଆଡେ ଉହାଡେ ଦେଖିଛି ହରିଣୀ 
ଗଲା ଯେବେ ଆମ୍ବୁଲାନ୍ସ ଭିତର 
ହେଲା ଶାବକ ପାର 
ପଛେ ପଛେ ଧାଏଁ ମାଆ ମୋର 
କୁଆଡେ ନିଅ ସତ୍ୱର 
ଏସବୁ ପ୍ରେମ ନଜର 
ଅନ୍ତର ଖୋଲି ହୃଦୟ ମେଲି 
ଦେଖିନିଅ ପ୍ରେମ ସହର 
ଅଢେଇ ଅକ୍ଷର ଜୀବନ ଭିତରେ 
ପ୍ରେମ  ଅନେକ ପ୍ରକାର 
ପ୍ରେମରେ ଶାନ୍ତି ପ୍ରେମରେ ମୁକ୍ତି 
ପ୍ରେମରେ ପ୍ରାପ୍ତି ପ୍ରେମରେ ତୃପ୍ତି 
ବୁଝିଲେ ମାହାତ୍ମ୍ୟ ତାର.


Rate this content
Log in

Similar oriya poem from Abstract