ଶ୍ରାବଣ ଆକାଶ ସଞ୍ଜରେ ଦିନେ
ଫୁଟିଥିଲା ଗୋଟେ ତାରା
କେହି ନାହିଁ ଏଠି ଏକୁଟିଆ ତୁଟି
ଘରକୁ ତୋ ପାଦ ଫେରା
କିଏ କହିଲା ବୁଲି ଚାହିଁଲା
ଚମକ ଚାନ୍ଦିନୀ ପରା
ଗୋଡ଼ ଖସିଗଲା ଉଲକା ବନିଗଲା
ଖସିଗଲା ଗୋଡ଼ ଧରା
ଧରାପରେ ପଡି ତାରା
ସୁତା ଖିଏ ହୋଇ ରାକ୍ଷୀ ବୋଲି କହି
ଜଗତ ଲୋକ ସାରା
କଲେ ଆପଣାର ଭାରେ ଭରା
ଅତୁଟ ବନ୍ଧନ ବାନ୍ଧିବାକୁ
ଏକସୂତ୍ରେ ଭାଇ ଭଉଣୀକୁ ରଖିବାକୁ
ରାକ୍ଷୀଫୁଲ ହୋଇ ଆସିଛି ପରା
କିଏ କହେ ମତେ ଅଳକାନନ୍ଦା
ଚପଳଛନ୍ଦା ମୁଁ ଦିଶେ ତୋରା କହେ ତାରା
ଭାଇ ଓ ଭଉଣୀ ଏକା ଜଠରୁ ବାହାରି
ହେବେ ଗୋଟିଏ ପସରା
ଦୁହେଁ ଦୁହିଁଙ୍କ ଆଶରା
ତେଣୁ ମୁଁ ଆସିଛି ସୁନାଝରା ତାରା
ଖୋଲିଦିଅ ତୁତୀୟ ନୟନ ପରା
ପାଇଯିବ ସବୁ ଡାକି ମରା ମରା
ହେଲେ ଯେମିତି ବାଲ୍ମୀକି ଏ ଧରା
ରାକ୍ଷୀ ଫୁଲ ବାଘନିଶହନାଲା ସାରା