STORYMIRROR

Sunanda Mohanty

Children Stories Inspirational Others

4  

Sunanda Mohanty

Children Stories Inspirational Others

ଆସିଛି ରାକ୍ଷୀ 

ଆସିଛି ରାକ୍ଷୀ 

1 min
1


ରାକ୍ଷୀ ପିନ୍ଧିବେ ଗାଇ ବଳଦ 
ଘରେ ହେବ ପିଠା 
ସିନ୍ଦୁର ଚନ୍ଦନ ଫୁଲ ପିନ୍ଧି 
ଗାଇ ଖାଇବେ ମିଠା 
ବଳଭଦ୍ର ଜନ୍ମ ଯେଣୁ କହଇ 
ବଳଦ ଗାଇ ରାକ୍ଷୀ ପିନ୍ଧଇ 
ଭାଇମାନେ ପିନ୍ଧି ରାକ୍ଷୀ 
ଭଉଣୀର ସାହା ଆହା ରାହା ରଖି 
ଆଖି ଦେଵେ ଫୁଙ୍କି 
ଲୁହ ଦେଵେ ପୋଛି 
ଭାଇ ଭଉଣୀ କହ କାହାଣୀ 
ଭାରତବାସୀ ବଡ଼ସାହାସୀ 
ଗାଇବେ ରହି ରହି 
ରାକ୍ଷୀ ହାତେ ନାଇ ହେବେ ଖୁସି
ରାକ୍ଷୀ ପୂର୍ଣ୍ଣମୀ ଦିନ 
ଭାଇ ଭଉଣୀ ଚଳି ସଦନ 
ଶୁଭ ମନାସି ଦେଖିବେ ସତ ସପନ 
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ 
ଭାଗ୍ୟ ଘରେ ବୃହସ୍ପତି ବସି ଲଲାଟ 
ନବମହାଗ୍ରହ ସାହା ଭାଇକି 
ମୋ ଭଉଣୀ ହେଉ ହଳଦୀମୁଖି 
ସଦା ଥାଉ ଉଲ୍ଲାସେ ଝଟକି 
ରାକ୍ଷୀ ପିନ୍ଧେଇବାକୁ ଆସୁଥାଉ କତିକି 
ଭାଇ ଭଉଣୀଙ୍କ ସ୍ବପ୍ନ 
ଲାଗୁ ଫୁଲ ଦୁବ ଚନ୍ଦନ 
ବଳଦେବ ଘେନ ବନ୍ଦନ
ଆସିଛି ରାକ୍ଷୀ ରହିବ ସାକ୍ଷୀ


Rate this content
Log in