STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ରାକ୍ଷୀଫୁଲ 

ରାକ୍ଷୀଫୁଲ 

1 min
1



ଏମିତି ତାରାଫୁଲଟିଏ ରାକ୍ଷୀ 
କଜ୍ଜ୍ୱଳ ମାଖି 
ଅଳତା ଚିହ୍ନ ପାଦରେ ମାଖି 
ସ୍ନେହ ସରାଗ ମମତା ଫୁଙ୍କି 
ଆସିଥାଏ ଭାଇ ଭଉଣୀଙ୍କୁ ଦେଖି 
ହଜିଗଲାଣି ଅତୀତ 
କାହାର ତାତ କାହାର ମାତ 
କିଏ ବି ନାଁହାଁନ୍ତି କାହାର ଜୀବିତ 
ଅଛନ୍ତି ରହି ଭଉଣୀ ଭାଇ 
ରାକ୍ଷୀକୁ କରି ଆଦୃତ 
ସମ୍ପର୍କ ବାର୍ତ୍ତାରେ ସମାହିତ 
ଫୁଲର ବାସ୍ନା 
ଚନ୍ଦନ ଘେନା 
କର ଭାଇ ମୋର ତୁତ 
ବସିଥା ଏମିତି ଯୁଗ ଯାଉ ବିତି 
ରାକ୍ଷୀ ପୂର୍ଣ୍ଣମୀ ହେବ ଦେଖା ସାକ୍ଷାତ 
ଥିଲେ ଦେ ନଥିଲେ ନାହିଁ 
ଯା ନାହିଁ ଚାଲି ମୁଁହଁ ଆଡେଇ 
ମନେପଡେ ପିଲାଦିନ ସେତ 
ଅଝଟ ଅଳି, ଗାଳି ଓ ତାଳି 
କେତେ ହଜିଛି କେତେ କେ ପାଇଛି 
ସ୍ମୃତି ଅଛି ଜୀବନ୍ତ 
ବାହା ବିଦାକି ସବୁରେ ଭାଇଟି ସାଥି 
ଥାଉ ଭଲରେ ହଉ ଦୂରରେ 
ସମ୍ପର୍କ ସୁତା ରାକ୍ଷୀର ବାର୍ତ୍ତା 
ଆସୁଥାଉ ନିଶ୍ଚିନ୍ତ
ସ୍ୱର୍ଗରେ ଥାଇ ଅବା ଜୀବନେ ରହି 
ଖୁସି ଓ ଆନନ୍ଦ ପାଆନ୍ତୁ ତାତ ମାତ


Rate this content
Log in

Similar oriya poem from Tragedy