STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଦିନବନ୍ଧୁ

ଦିନବନ୍ଧୁ

1 min
225

(ରାଗ- ଆଷାଢ଼ ଶୁକ୍ଳ)


କରୁ ସବୁତ *ଅନାଦି ଅନନ୍ତ*

ତୁ ପରା କରୁ କାରଣର ଅନ୍ତ

ଭରସା ମୋର ପ୍ରଭୁ ଆଦିକାନ୍ତ

ସୁଗମ କରହେ ମୋ ଚଲାପଥ 

କରି ଦିଅ ଶାନ୍ତ

ଅତି ଚିନ୍ତିତ ହୁଏ ଅବିରତ ll୧ll


ଆଙ୍କିଅଛିହୃଦେ ତୋର ମୁରତ 

ପ୍ରେମ ଭକ୍ତି ଶ୍ରଦ୍ଧା ଅଛି ଜଡ଼ିତ

ଧ୍ୟାନ ପଦତଳେ ହେ ଜଗନ୍ନାଥ

କରି କରାଅ ଜଗତର ନାଥ

ଭରସା ତୁହିତ

ଭକ୍ତି ଅହରହ କରେ ମୁହିଁତ ll୨ll


ଅନ୍ତ ସମସ୍ୟାର କର କାଳିଆ

ବିଚାର ମନରେ ଦିଅ ବଢ଼ିଆ

ହେଉସଞ୍ଚାରିତ ଭକ୍ତି ଓ ପ୍ରେମ

ମନୁଷ୍ୟ ଜୀବନେ କରେ ମୁଁ ଧର୍ମ

ରହୁ ସମଭାବ

ଜନକଲ୍ୟାଣେ ରହୁ ମନୋଭାବ ll୩ll


କର୍ମ ଜ୍ଞାନ ଦିଆ ତୁହି ଆରାଧ୍ୟ

ଜୀବନ ଯାତ୍ରାକୁ କରହେ ସାଧ୍ୟ

ଶକ୍ତି ଆଧ୍ୟାତ୍ମିକ ଦିଅହେ ଭରି

ବ୍ୟତୀତ କର୍ତ୍ତବ୍ୟେ ପ୍ରାଣ ମୋହରି

ହେଉ ଜପମାଳ 

ଦୟାକରି ଦିଅ ଦେବକୀ ବାଳ ll୪ll


ଗୃହର କର୍ତ୍ତବ୍ୟ କରେ ଭଲରେ

ରାଷ୍ଟ୍ର ସେବା କରେ ଶ୍ରଦ୍ଧା ପ୍ରେମରେ

ହିଂସା ଅହଙ୍କାର ମନେ ନରହୁ

ଭାବ ଅହିଂସାର ମନରେ ବହୁ

ଆତ୍ମନିର୍ଭରଟି

ରାଷ୍ଟ୍ର ନିର୍ମାଣେ ଆତ୍ମବିଶ୍ବାସ ଟି ll୫ll


ମାଗୁନି ଧନ ମାଗୁନି ବୈଭବ

ରହୁ ଚରଣରେ ପ୍ରେମର ଭାବ

ଶାନ୍ତିର ସ୍ଥାପନା କର ବିଶ୍ବରେ

ଜଗା କାଳିଆର ନାମ ଗୁଞ୍ଜୁରେ

ପ୍ରଭୁ କୃପାସିନ୍ଧୁ

ପାରି କର ନାଥ ବ୍ରହ୍ମାଣ୍ଡ ସିନ୍ଧୁ ll୬ll


ଅନ୍ୟାୟ ଦମନ କର ରାଷ୍ଟ୍ର ରୁ

କର ରାମରାଜ୍ୟ ପ୍ରଭୁହେ ଶୁରୁ

ବିଶ୍ବଗୁରୁ ହେଉ ଦେଶ ଆମର

ଶାନ୍ତିର ସ୍ଥାପନା କର ବିଶ୍ବର

କରହେ ସମ୍ଭବ

ଧ୍ୟାନ ଦିଅ ନାଥ ଶୁଭୁଚି ରାବ୍ ll୭ll


ପୁରୀକ୍ଷେତ୍ରେତୋର ଗୁଞ୍ଜେମହିମା

ଶୁଭୁଛି ତହିଁ ମଣିମା ମଣିମା

ଫରଫର ଉଡ଼େ ତୋହରି ବାନା

ପୂର୍ଣ୍ଣ କର ପ୍ରଭୁ ଭକ୍ତ କାମନା

ଦେଖ ଥରେ ପ୍ରଭୁ

ବ୍ରହ୍ମାଣ୍ଡ ଠାକୁର ଜଗତ ବିଭୁ ll୮ll



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract