*କବିତା ଆସର ଶୀର୍ଷକ:-*🌹❤ *ଅସମ୍ଭବ*❤🌹*************
*କବିତା ଆସର ଶୀର୍ଷକ:-*🌹❤ *ଅସମ୍ଭବ*❤🌹*************


ଅସମ୍ଭବ ବୋଲି ଏଇ ଜଗତରେ
କିଛି ବି ତ ଆଉ ନାହିଁ
କମ୍ପୁଟର ଯୁଗ ହେଇଅଛି ପରା
ସବୁ ସମ୍ଭବ ତ ତହିଁ ।
କୁତ୍ରିମ ଉପାୟେ ଅଙ୍ଗ ପ୍ରତ୍ୟଙ୍ଗଟି
ରୋପଣବି ହେଇଥାଇ
ଅନ୍ଧ ,ମୁକ ଅବା ବଧିର ସେ ହେଉ
ସବୁ ସମ୍ଭବ ତ ଏଇ ।
ପ୍ଲାଷ୍ଟିକ ସର୍ଜରୀ ରୂପ ବଦଳାଏ
କ୍ଷତ ବି ପୂରଣ ହୁଏ
କୁତ୍ରିମ ଉପାୟେ ଅମ୍ଳଜାନ ଦେଇ
ରୋଗୀ ସେବା କରା ଯାଏ ।
ଅଗ୍ନି କ୍ଷେତଣାସ୍ତ୍ର ବୈଜ୍ଞାନିକ କୀର୍ତ୍ତି
ପ
ରମାଣୁ ବୋମା ହୁଏ
ବରଷା କରଇ ଚନ୍ଦ୍ର ପୃଷ୍ଠେ ପୁଣି
ଜାଗା କିଣି ସିଏ ନିଏ ।
ପଥର ଦେହରେ ନିହଣ ମୂନରେ
ଛବି ଆଙ୍କି ରୂପ ଦିଏ
ପାହାଡକୁ କାଟି ଝରଣା କରଇ
ଜଳ ସେଚନଟି ହୁଏ ।
ବିଜ୍ଞାନ ବଳରେ ସବୁ ତ ସମ୍ଭବ
ବନ୍ଧ୍ୟା ବି ଜନନୀ ହୁଏ
ଆଖିର ଆଗରେ ଯାହା ବି ଦେଖୁଛେ
ଅଦ୍ଭୁତ କିଛି ନ ଥାଏ ।
ଦିନ ରାତି ଖାଲି ରହି ଅଛି ବାକି
ଋତୁଟି ବଦଳୁ ଥାଏ
ଆକାଶରେ ଜହ୍ନ ତାର ସୁରୁଯଟି
ଖାଲି ବାକି ରହି ଯାଏ ।