STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ବର୍ତ୍ତମାନ ରାଜନୈତିକ ପରିପ୍ରେକ୍ଷୀରେ

ବର୍ତ୍ତମାନ ରାଜନୈତିକ ପରିପ୍ରେକ୍ଷୀରେ

1 min
16


ମଣିଷ ଚାରି ପ୍ରକାରର, ପଣ୍ଡିତ, ଭୁଲି ଯାଉଥିବା ଜ୍ଞାନୀ, 

ଆଗ୍ରହ ଥିବା ଶିକ୍ଷାର୍ଥୀ ଓ ଅଜ୍ଞ,

ଜାଣିବାକୁ ଆଉ କିଛି ନାହିଁ, ଜାଣିବାକୁ ମଧ୍ୟ ଆଗ୍ରହୀ ନାହିଁ, 

ଅଜ୍ଞ ନିଜକୁ ବୋଲାଏ ସର୍ବଜ୍ଞ |୧|


ପଣ୍ଡିତ ତାଙ୍କ ହୃଦୟ ଶିକ୍ଷାର୍ଥୀ ପାଇଁ ଖୋଲନ୍ତି ଯାହାର 

କିଛି ଜାଣିବାର ଆଗ୍ରହ ଅଛି,

ମନୋନୀତ ଏବଂ ଯେଉଁମାନେ ମୋ ଜୀବନର ଅଂଶ 

ହେବାକୁ ଯୋଗ୍ୟ, ତାଙ୍କୁ ବାଛି |୨|


ଶିକ୍ଷା ଦିଆଯାଏ କାରଣ ଜଣେ ମହାନ ପଣ୍ଡିତ ହେବାର 

ତାହାର ସାମର୍ଥ୍ୟ ଥିବାରୁ,

ସେପରି ପଣ୍ଡିତକୁ ଖୋଜା ଯାଏ, ସେ ପ୍ରକୃତରେ ଧୈର୍ଯ୍ୟ 

ଏବଂ ନିଷ୍ଠାବାନ ହୋଇଥିବାରୁ |୩|


ଅଜ୍ଞ ସର୍ବଦା ହୁଏ ମତାନ୍ଧ ଓ ସେମାନେ ସବୁ ସମୟରେ 

ବୋଝ ଉପରେ ଲଳିତାବିଡା,

ଟିକେ ବଞ୍ଚିବାକୁ କୁଟା ଖିଅଟେ ଆଶ୍ରା ମାଗୁଥିବା ଲୋକ 

ଉପରେ ନିର୍ମମ ହୁଏ, ନହୋଇ ଛିଡା |୪|


କେତେ ଭୟଙ୍କର ସେ ଚେହେରା ସବୁ, ବାସ୍ତବତାରେ 

ମଣିଷ ପାଇଁ ସଦା କଷ୍ଟଦାୟକ,

ଗର୍ବର ଚାଦରକୁ ଜାବୁଡ଼ି ଓ ଜୋରରେ ଭିଡି ଧରିଥାନ୍ତି 

ସେମାନେ ତାଙ୍କର ଜୀବନଯାକ |୫|


ଯୁଗ ଯୁଗରୁ 'ଅହଂକାରୀ" ର ପାତାଳଗତି ହେଇଚି, 

ପୁରାଣ କହିଛି, ଇତିହାସ ବି କହିଛି , 

ଯେତେ ଉପରେ ଅଛ ବୋଲି ଗର୍ବ କରୁଛ କର, କିନ୍ତୁ 

ଦେଇଥିବା ଲୁହର ହିସାବ ଦେବାକୁ ଅଛି |୬|

 

କିଏ ଜାଣେ କେଉଁ ନିଶ୍ୱାସ ହେବ ଅନ୍ତିମ ନିଶ୍ୱାସ, 

କେଉଁ ସାକ୍ଷାତ ହେବ ଅନ୍ତିମ ସାକ୍ଷାତ,

ମୋ ଏ ସ୍ୱରକୁ ପହଁଞ୍ଚେଇବା ପାଇଁ ଏକ ପ୍ରୟାସ, 

କାଳର ଆଁରେ ଶେଷ ସଦା ତ ନିମନ୍ତ୍ରିତ |୭|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract