STORYMIRROR

Bharati Bhusan Das

Inspirational

4  

Bharati Bhusan Das

Inspirational

ଦିନେ ଗାଁ କୁ ଯାଇଥିଲି 🙏

ଦିନେ ଗାଁ କୁ ଯାଇଥିଲି 🙏

2 mins
13



ମୋ ଗାଁ ରାସ୍ତା

     ଯୋଉଦିନ ସହର କୁ ଛୁଇଁ ଦେଲା

  ଗାଁ ର ବାସନା...... ଚାକଚକ୍ୟ ସହର ଭିତରେ

     ହଜିଗଲା ସେଇ ଦିନ........

ଭିଟା ମାଟିର...... ଆକର୍ଷଣ..... ବିକର୍ଷଣ

     ସବୁ କିଛି...... ଅଧୁରା ରହିଗଲା......

 ସମୟ ଖୁବ ଉପହାସ କରୁଥାଏ ସତ

ହେଲେ...... ରଙ୍ଗୀନ ବୋତଲ ର ମୋହ

     ଝିଲିମିଲି ଆଲୁଅ ର ମିଟି ମିଟି ଠାର

ସରଳ ଗାଁଉଲି ମନ ଟାକୁ.... କିଣି ନେଲା ପରେ

     ଇଛା ହେଲା ଦିନେ ଫେରିବାକୁ

ସେଇ ରାସ୍ତାରେ........

   ଯୋଉ ରାସ୍ତା ଛୁଇଁ ଥିଲା ସହର କୁ.......

        ନିତି ଚିହ୍ନା ମୁହଁ ଗୁଡାକ

ଅଜଣା ଅଜଣା ଲାଗୁଥାଏ

         ଗାଁ ମୁଣ୍ଡ କଇଁ ପୋଖରୀ

ବୁଢ଼ା ବରଗଛ........ ମଶାଣି ପଠା ର ତାଳ ଗଛ

   ସବୁ ଯେମିତି........ ହଜି ଯାଇଛି......

   ପୋଖରୀ ଟା........ ଶୁଖି ଯାଇଛି

          ଶୋଇ ଯାଇଛି ବୁଢ଼ା ବରଗଛ

ଡାଳ ମାଙ୍କୁଡ଼ି ଖେଳ ର..... ସ୍ମୃତିରେ

   ଦି ଟୋପା ଲୁହ.......

 ସହରୀ ବାବୁ ପଣିଆ କୁ ଧିକାର କଲେ

ଆଉ କଣ..... ଫେରି ଆସିବ.... ସେ ଦିନ......

   ଆରେ ନଟିଆ...... ଏ ଡାକ ଟା

       କାନରେ..... ପଡୁଛି ସତ

ହେଲେ..... ନଟବର ସାମନ୍ତ ଯେ ଆଜି ସମ୍ଭ୍ରାନ୍ତ

   ସହର ର ଶିଳ୍ପପତି.........

   

;ପ୍ରକୃତିସ୍ଥ..... ଜୀବନ ର... ସ୍ୱରୂପ

ଏଇ ଗାଁ ମାଟି ମୋର.......

          ଏଇ ବୁଢ଼ା ବରଗଛ......

ମୋ ଗାଁ ମଶାଣି ର....... ତାଳ ଗଛ.....

    ସବୁ ମନେ ପଡିଲେ ବି......

   ମୁଁ କିନ୍ତୁ...... ଅସହାୟ.........

    ନା....... ଗାଁ ର ରାସ୍ତା.... ସହର କୁ ଛୁଇଁ

            ବହୁତ ଭୁଲ କଲା

ଆମ ଗାଁ ରାସ୍ତା..... ବହୁତ ଭଲ ଥିଲା

    ଧୂଳି ଉଡୁଥିଲା......... ମହକ ଭରୁଥିଲା

   ମାଟି ର ବାସ୍ନା ରେ....... ଚମ୍ପି ଅପା

        ଖୁବ ଖୁସି ହଉଥିଲା

ସହର ର କୃତିମ ବାସ୍ନା ଠାରୁ.... ମୋ ଗାଁ

  ବହୁତ ଭଲ ଥିଲା.........

           ସେ ଦିନର ନଟିଆ ମନରେ

ନଥିଲା ଗର୍ବ.... ନଥିଲା ଅହଂକାର.....

     ଆଜି ଫେରିଛି ନଟିଆ.... ମାଟି ମାଆ ର

ଆକର୍ଷଣ ରେ.........

      ଅମାପ ଧନ........ ମନ ଯଦି ଫେରିଆସେ

   ସେ ପୁରୁଣା ଦିନକୁ

କଇଁ ପୋଖରୀ ରେ..କଇଁ ନାଡ଼ ସାଉଁଟି ହେବ ତ 🤔

   ବୁଢ଼ା ବରଗଛ.... ଉଠି ଠିଆ ହେବ ତ 🤔

        ତାଳ ଗଛ ବଂଚେଇ ପାରିବ ତ 🤔

    ଏ ଉତ୍ତର ନଟିଆ ଦେବ 🤔ନା

    ନଟବର ସାମନ୍ତ ଦେବେ 🤔

          ?????????????? 🙏🙏🙏


Rate this content
Log in