ଫେରିବେ ଭକତ ମେଳେ !
ଫେରିବେ ଭକତ ମେଳେ !
ଭକ୍ତ ଚାହିଁ ଛନ୍ତି ଫେରିବା ପଥକୁ
ଚାହିଁ ଛନ୍ତି ମହାଲକ୍ଷ୍ମୀ
ବଡ଼ଦାଣ୍ଡ ପୁଣି ଉଛୁଳି ପଡିବ
ଭକ୍ତି ପ୍ରେମ ଜଗା ଭୂମି !
ଶୁଭୁ ଥିବ ଜୟ ଧ୍ବନି,
ଶଙ୍ଖ ହୁଳହୁଳି ପଡୁ ଥିବ ଦାଣ୍ଡେ
ଭଜୁ ଥିବେ ନାମ ଜ୍ଞାନୀ !!
ଭକତର ମେଳେ ସାଆନ୍ତେ ଫେରିବେ
ବଡ଼ଦେଉଳରେ ତାଙ୍କ
ବାହୁଡା ଯାତ୍ରାରେ କାଳିଆ ଦର୍ଶନ
ଦର୍ଶନ ତିନି ଦିଅଁଙ୍କ !
ଆନନ୍ଦ ଖୁସି ଉମଙ୍ଗ
ଟାଣୁ ଥିବେ ରଥ ଭକ୍ତ ନାଚୁ ଥିବେ
ବାଜିବ ଗିନି ମୃଦଙ୍ଗ !!
ପୁଷ୍ପ ବୃଷ୍ଟି ହେବ ସରଗ ଲୋକରୁ
ଦେଖୁ ଥିବେ ଦେବଗଣ,
ଲୀଳା କାଳିଆର ଦେଖିବ ବ୍ରହ୍ମଣ୍ଡ
ପ୍ରାରମ୍ଭ ଧାରା ଶ୍ରାବଣ !
ଚାଷୀର ମନ ଉଚ୍ଛନ୍ନ,
କରୁଣା କରିବେ ଜଗତ ଠାକୁର
କୃଷକ ହେବେ ପ୍ରଶନ୍ନ !!
ରତନ ଭଣ୍ଡାର ଖୋଲା ଗଲା ଯହୁଁ
ହିସାବ ହୁଏ ରତ୍ନର
ଶୁଭ ମୁହୁର୍ତ୍ତରେ ଶୁଭ କାର୍ଯ୍ୟ ହୁଏ
ନିର୍ଦ୍ଦେଶ ଅବା ପ୍ରଭୁର !
ଅନାଦି ଅନନ୍ତ ହରି,
ପୂର୍ଣ୍ଣ କରି ଦେବେ ଭକ୍ତ ମୋନରଥ
ଏତିକି ପଦେ ଗୁହାରି !!
ସେହୁ ନିରାକର ଜଗତ ଈଶ୍ୱର
କୃଷ୍ଣ ରାମ ଦାରୁବ୍ରହ୍ମ
ଡୋର ରହିଅଛି ହସ୍ତରେ ତାଙ୍କରି
କାଳିଆ ପରମବ୍ରହ୍ମ !
ବାହୁଡା ଯାତ୍ରା ତାଙ୍କର,
ଜନ୍ମଭୂମି ଛାଡି ବଡ଼ଦେଉଳରେ
ଆସିବେ କରୁଣାକର !!
