DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ରଥରେ ଠାକୁର ପଡ଼ିଲେ ଲେଉଟି

ରଥରେ ଠାକୁର ପଡ଼ିଲେ ଲେଉଟି

1 min
8


ରଥରେ ଠାକୁର ପଡ଼ିଲେ ଲେଉଟି

ଆସିଲାକି ମନ୍ଦ ବେଳ

ଭକତେ ଆକୁଳ ଲାଗଇ ଯେମିତି 

ସରି ଆସେ କଳି କାଳ।

ପ୍ରଭୁ ହେ ।


ବିଜେ କାହାଳୀ ତ ବାଜିଲା ଯେମିତି 

ଚାର ମାଳ ପରେ ଦିଅଁ ଆସିଲେଟି

ମଥାରେ ଯତନେ ଟାହିଆ ଲାଗିଲା

ଆହା କି ସୁନ୍ଦର ଆଳତୀ ହୋଇଲା।

ପହଣ୍ଡି ଆରମ୍ଭେ ପଡିଗଲେ ପ୍ରଭୁ 

ମୁହଁ କୁ ତ କରି ତଳ 

ପ୍ରଭୁ ହେ ।


କାହାର ରହିଲା କେଉଁଠି ବା ଦୋଷ

ପ୍ରଭୁ ବଳଭଦ୍ର କଲେ ଏତେ ରୋଷ

ସେବକ ଙ୍କ ହାତ ଲାଗୁ ଲାଗୁ ସେତ

ପଡିଯାଇ ତଳେ ହୋଇଲେ ଆହତ

ବଖାଣେ ପୁରାଣ ରଥେ ଅଘଟଣ 

ରାଇଜ ପାଇଁକି କାଳ

ପ୍ରଭୁ ହେ ।


ଦୋଷ ଥାଉ ପଛେ ପ୍ରଭୁ ହେ ଯାହାର

କ୍ଷମା କର ତୁମେ ହେ କ୍ଷମା ସାଗର

ବିପଦ ଯଦିବା ଆସୁଛି ଘନେଇ

ଦିଅ ପ୍ରଭୁ ଦିଅ ସବୁ ହେ ଦୂରେଇ

ତୁମ ବଡ ପଣେ ରକ୍ଷା କର ତୁମେ

ଭକତ ଙ୍କୁ ଦେଇ ଥଳ 

ପ୍ରଭୁ ହେ ।



Rate this content
Log in

Similar oriya poem from Abstract