STORYMIRROR

Pranati Panda

Abstract Inspirational

4  

Pranati Panda

Abstract Inspirational

ପରମ ଦୟାଳୁ ମୋ ପ୍ରଭୁ

ପରମ ଦୟାଳୁ ମୋ ପ୍ରଭୁ

1 min
20


ପ୍ରଭୁ ତୁମ ଲୀଳା ସବୁଠାରେ ଅଛି

      ସର୍ଵ ମୁଖେ ପ୍ରଭୁ ଲୋକେ କୁହନ୍ତି ,

ଅନୁଭୂତି ସବୁ ପଢ଼ି ଭାବେ ମୁହିଁ

      କେଡ଼େ କେଡ଼େ ଭକ୍ତ ପ୍ରଭୁ ଅଛନ୍ତି ।


ନୁହେଁ ମୁଁ ଭକତ ପ୍ରଭୁ ଜଗନ୍ନାଥ

        କେବଳ ଶୁଣେ ତୁମ କଥାମୃତ ,

ଆଡ଼ପ ମଣ୍ଡପ ଦର୍ଶନ କରିଲେ

        ସହସ୍ର ଦର୍ଶନ ପୁଣ୍ୟ ମିଳେତ ।


ଆଡ଼ପ ମଣ୍ଡପେ ଭୋଗ ଲାଗି ହେବା

         ଅବଢ଼ା ଅନ୍ନକୁ ପାଇବା ପାଇଁ ,

ଲକ୍ଷ , ଲକ୍ଷ ଜନ ଭିଡ଼ ହୋଇଥାଏ

         ଭାଗ୍ୟରେ ଥିଲେ ମିଳଇ ଗୋସାଇଁ ।


ଦାରୁବ୍ରହ୍ମ ପ୍ରଭୁ ଅନ୍ତର୍ଯାମୀ ନାଥ

         ଅନ୍ତର କଥାକୁ ଶୁଣି ପାରନ୍ତି,

ପରମ ଦୟାଳୁ ପରମବ୍ରହ୍ମ ସେ

          ହୃଦୟ ଇଚ୍ଛାକୁ ପୂର୍ଣ୍ଣ କରନ୍ତି ।


ଜଣାଇଲି ପ୍ରଭୁ ହୃଦୟର କଥା

          ତୁମରି ଆଗରେ ଗୁହାରି କରି ,

ଅଧା ଜନ୍ମ ପ୍ରଭୁ ବିତିଗଲା ମୋର

          ଆଡ଼ପ ଅବଢ଼ା ପାଇନି ହରି ।


ପୁରୀ ରଥଯାତ୍ରା ଦେଖିନାହିଁ କେବେ

        ଦେଖିବି କି' ନାହିଁ ତାହା ଜାଣିନି ,

ତୁମ କୃପା ପ୍ରଭୁ ନ'ହୋଇଲେ କେବେ

        ଇଛା କରିଲେବି ହୋଇ ପାରେନି ।


ବିପରୀତ ଏବେ ପରିସ୍ଥିତି ସବୁ

         ଦର୍ଶନ ନିମନ୍ତେ ମନା ହୋଇଛି ,

ତୁମ ଲୀଳା ପ୍ରଭୁ ତୁମକୁ ହିଁ ଜଣା

          ତୁମଠୁଁ ଅଧିକା କିଏ ଜାଣିଛି ।


ଦରଶନ ପଛେ ନଦେଲ ହେ ପ୍ରଭୁ

         ଆଡ଼ପ ପ୍ରସାଦ ପାଇବା ପାଇଁ ,

ଦୁଃଖିନୀ ଟିଏ ମୁଁ ଜଣାଇଲି ଦୁଃଖ

         ତୁମରି ଆଗରେ ଗୁହାରି ହୋଇ ।


ବିଶ୍ଵାସ ପ୍ରଭୁ ମୁଁ କରି ପାରୁ ନାହିଁ

        ଦୟାଳୁ ଠାକୁର ଜଗତ ସାଇଁ ,

ପଠାଇ ଦେଲତ ଅବଢ଼ା ପ୍ରସାଦ

        ଘରେ ବସି ପ୍ରଭୁ ପାଇଲି ମୁହିଁ ।


ମନ ଜାଣି ପ୍ରଭୁ ଯାଚି ଦିଅ ତୁମେ

        ଶୁଣିଥିଲି ଏହି କାନରେ ମୋର ,

ଅନୁଭବ ଆଜି କରିଲି ପ୍ରଭୁ ହେ

        ଅନ୍ତର୍ଯାମୀ ନାଥ ବଡ଼ ଠାକୁର ।


ଆନନ୍ଦ ଅଶ୍ରୁ ମୋ ହୃଦୟ କନ୍ଦରେ

         କୋଟି ପ୍ରଣିପାତ ଗ୍ରହଣ କର,

ଦାସନୁଦାସୀ ମୁଁ' ଜନ୍ମ ଜନ୍ମାନ୍ତରେ

         ପ୍ରଭୁ ଶ୍ରୀ ଚରଣେ ଶରଣ ମୋର ।।


         


Rate this content
Log in

Similar oriya poem from Abstract