ଟୁଆଁଟୁଇଁଙ୍କ ଯାତରା ଦେଖା
ଟୁଆଁଟୁଇଁଙ୍କ ଯାତରା ଦେଖା


ଟୁଆଁଟୁଇଁ ଆଜି ବାହାରି ପଡ଼ିଲେ ଯାତରା ଦେଖି
ସମୁଦ୍ର ତରଙ୍ଗ ପରିକା ଦୁହିଁଙ୍କ ମନଟି ଖୁସି।୧
ଚାଲିଚାଲି ଦୁହେଁ ଯାଉଥିଲେ କେତେ କହିକି ଗପ
ଜଗନ୍ନାଥ ଧାମେ ପହଞ୍ଚି ଗଡିବେ ନ ପାରି ସପ।୨
ବଡ଼ଦାଣ୍ଡ ଧୂଳି ଚନ୍ଦନ ଭାବିକି ମୁଣ୍ଡରେ ବୋଳି
ନେତକୁ ଦେଖିକି ଦେବେ ଧନ୍ୟବାଦ କିଛି ନ ଭାବି।
ରଥର ଦଉଡ଼ି ଧରି ଟାଣିବାକୁ ବହୁତ ମନ
ଗଳିପଶି କରି ନିଶ୍ଚୟ ଟାଣିବେ ଅଛି ଧିଆନ।୪
ଜୀବନକୁ ଧନ୍ୟ କରିବାକୁ ଆହା ଆଜିର ପଣ
ଜନ ସମୁଦ୍ରରେ ଲୀନ ହେବା ପାଇଁ ଡାକେ ପରାଣ।
ଜୀବନରେ ଥରେ ଦଉଡ଼ି ଆସିବା ହୋଇଛି ବୋଲି
ତେଣୁ ଟୁଆଁଟୁଇଁ ଅପାର ଆନନ୍ଦେ ନାଚନ୍ତି ଝୁଲି।୬
ଜୟ ଜଗନ୍ନାଥ ମନ ଗହଣରେ ଉଚ୍ଚାଟ କରି
ପଲକ ପଡୁନି ନିଠେଇ ଜୀବନ ଯାଇଛି ଘାରି।୭
ଜଗତ ପାଇଁ ହେ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରୁ
ରୋଗ ଶୋକ ବ୍ୟାଧି ଦୂରେଇ ଦିଅନ୍ତୁ ସାରା ସଂସାରୁ।
ପଶୁ ପକ୍ଷୀ କୀଟ ମନୁଷ୍ୟ ଜଗତେ ଖୁସିରେ ରହୁ
ଅଳସୁଆ ପଣ ହଟେଇ ଦିଅନ୍ତୁ ହେ ମହାବାହୁ।୯
ପ୍ରଭୁ ଜଗନ୍ନାଥ ଏ ଟୁଆଁଟୁଇଁଙ୍କୁ କଲେ ଆଶିଷ
ଦୁହେଁ ଟୁଆଁଟୁଇଁ ଭାବରେ ଗଡ଼ିଲେ ହୋଇ ହରଷ।