STORYMIRROR

Lata Behera

Abstract

4  

Lata Behera

Abstract

ଅଇଲେ ମାଁ ସ୍ୱରସ୍ୱତୀ

ଅଇଲେ ମାଁ ସ୍ୱରସ୍ୱତୀ

1 min
7


ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ

   ଅଇଲେ ମା ସରସ୍ବତୀ 

ବିଦ୍ୟା ପ୍ରଦାୟିନୀ ମା ହଂସ ବାହିନୀ  

   କରୁଛୁ ପାଦେ ପ୍ରଣତୀ ।


ଅବୋଧ ଅଜ୍ଞାନ ଦିଅ ଦିବ୍ୟ ଜ୍ଞାନ 

   ଏତିକି କରେ ବିନତୀ

ଅଜ୍ଞାନ ଅନ୍ଧାର କରି ଦିଅ ଦୂର

  ନମୋ ମାଗୋ ଭଗବତୀ ।


ତୋହରି ଦୟାରେ ମୁର୍ଖ ହୁଏ ଜ୍ଞାନୀ

   ପାଣ୍ଡିତ୍ଯରେ ଯଶ ଖ୍ୟାତି 

ତୋହରି କୃପାରୁ କଣ୍ଠରୁ ଝରଇ

   ଅଦୃଶ୍ୟ ଶବ୍ଦର ଗୀତି ।


ଯାହାର ଉପରେ ତୋ ସୁଦୟା ଥାଏ

   ନ ଥାଏ କିଛି ତା ଭୀତି

ବିଶ୍ବ ଜଗତରେ ହୁଏ ସେ ବିଖ୍ୟାତ 

   ବଢେ ମାନ ଯଶ କୀର୍ତ୍ତି ।


ତୋ କୃପା ବଳରେ ମୁର୍ଖ କାଳିଦାସ

   ଚର୍ଚ୍ଚିତ ହେଲେ ଧରିତ୍ରୀ 

ସାତ ଜନ୍ମ ମୁର୍ଖ କାଟି ମାତ କଲ

   ଜ୍ଞାନରେ ଭଣ୍ଡାର ଭର୍ତ୍ତି ।


ନବରତ୍ନ ପଣ୍ଡିତରେ ସ୍ଥାନ ଦେଲ

   ତୁମେ ମାଗୋ ଜ୍ଞାନଦାତ୍ରୀ

ଦୋଷ ମୋ ଧରି କୋଳେଇ ନିଅ ମା

   ବିଦ୍ୟା ଦିଅ ବିଦ୍ୟାଦାତ୍ରୀ ।


ମୋ କଣ୍ଠରେ ବସି ବାକ୍ଯ କହି ଦିଅ

   ବାଗ୍ଦେବୀ ମା ସରସ୍ବତୀ 

ଭକତି କୁସୁମ ଅର୍ପଣ କରୁଛି

   ଅଛି ପାଦେ ମଥାପାତି ।


ହାତ ମୁଁ ଯୋଡୁଛି କାନ ମା ଧରୁଛି

   ଦୟା କର ସରସ୍ବତୀ 

ଦୋଷ ଅପରାଧ କ୍ଷମା କରି ମାତ

    ବିଦ୍ୟା ଦିଅ ଭଗବତୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract