ହେ ଛଳନା ବାଲା
ହେ ଛଳନା ବାଲା
ହେ ଛଳନା ବାଲା............
ଛଳନା କି ସରିଗଲା
ଆଗେ ଯାହା ଥିଲା ସବୁ ଭଲ ଥିଲା
ଏବେ ଯାହା ହେଲା ତାହା ଭଲ ହେଲା
ଇଛାମୟ ଇଚ୍ଛା ପୂରଣ ହୋଇଲା
ଖୋଲିଲା ଖୋଲିଲା ଦୁଆର ଖୋଲିଲା.
ଚାରି ଦୁଆର ଖୋଲିଲା ।0।
ଫଗୁଣ ହସିଲା କୋଇଲି ରାଵିଲା
ଆଷାଢ଼ ବରଷି ଗଲା
ସୁଦିନ ଆସିଲା ମଳୟ ବହିଲା
ସର୍ବେ ହେଲେ ମତୁଆଲା
ବଡ଼ଦାଣ୍ଡ ଆଜି ପଡୁଛି ଉଛୁଳି
କି ରଙ୍ଗ ଛିଟା ଲାଗିଲା
ତୁମେ ତ ହସୁଛ ଭକତ ହସୁଛି
ନାହିଁ ଆଉ ଠେଲାପେଲା
ହେ ଛଳନା ବାଲା.........
ଛଳନା କି ସରିଗଲା ।1।
କି ଦୋଷ ଦେଖିଲ ଦୁଆର କିଳିଲ
ଚାରିଦ୍ୱାର କଲ ମନା
ମନ ତ ବୁଝିଲା ଦୁଆର ଖୋଲିଲା
ତିନିଦ୍ୱାର ହେଲା ଊଣା
ରାଗ ଅଭିମାନ ସବୁ ହେଲା ଶୂନ୍ୟ
ଯାହା ତୁମ ମନେ ଥିଲା
ଅତି ସରାଗରେ ବଡ ଦେଉଳରେ
ଆଜି ଦୁଆର ଖୋଲିଲା
ହେ ଛଳନା ବାଲା.......
ଛଳନା କି ସରିଗଲା ........।2।
