ସର୍ବେ ଭବନ୍ତୁ ସୁଖିନଃ
ସର୍ବେ ଭବନ୍ତୁ ସୁଖିନଃ
ଦିନେ ନା ଦିନେ ଶୋଇଯିବା ଚିର ନିଦ୍ରାରେ,
ଏ ଫୁଙ୍ଗୁଳା ଦେହଟା ମିଶିଯିବ ମା ମାଟିରେ
ସ୍ତ୍ରୀ ହୁଅ, ବନ୍ଧୁ ବାନ୍ଧବ ହୁଅ କି କମ୍ରେଡ ହୁଅ,
ସାଥୀ ହୁଅ, ଫ୍ରେଣ୍ଡ ହୁଅ, ଯେଉଁଠାରେ ଥାଅ
ଭଲ ପାଉଥିଲେ, ଆଖି ତ ଲୁହରେ ବତୁରେ
କିଛି ନୀରବତା ଛାଇଯାଏ ଜୀବନ ସମୁଦ୍ରରେ
ବର୍ତ୍ତମାନ ଅତୀତର ରୂପ ନିଏ, ଅବର୍ତ୍ତମାନରେ
ସ୍ବର୍ଗତ, ନାମ ସହ ଯୋଡି ହୁଏ, ଏଇ ସମାଜରେ
ଅସହାୟବୋଧ ନଥାଏ ଥିଲେ ତ ଦୃଢ଼ ବନ୍ଧୁତା
ସଂସାରେ ବନ୍ଧୁ ପରସ୍ପରକୁ କରିଥାଏ ସହାୟତା
ହୃଦୟେ ଖୋଜେ ବନ୍ଧୁକୁ ସର୍ବଦା ସୁଖରେ ଦୁଃଖରେ
କିଛି ଆଶା କରେ ନାହିଁ ମଣିଷ ତାହା ବଦଳରେ
ବନ୍ଧୁ ଯିଏ ଭଲ ଚିନ୍ତଇ ବନ୍ଧୁର, ଉତ୍ସାହ ଭରି ଦିଏ
ବିପଦେ ଆପଦେ ସଙ୍କଟ ସମୟରେ ଠିଆ ହୁଏ
ମତାନ୍ଧ, ଧର୍ମାନ୍ଧ, ଓ ଘୃଣ୍ୟ ଜାତିପ୍ରଥା ପୂଜକର
କାହୁଁ ରହିବ କୁହ ବନ୍ଧୁତ୍ୱର ମନୋଭାବ ତାହାର
ସେ ଯୁଗେ ଯୁଗେ କେବେ ଭାବେନା ସତ୍ୟତାକୁ
ଯେ ଏକତା ବିନା ତ ଶାନ୍ତି ଅସମ୍ଭବ, ଏ କଥାକୁ
ସେପରି ଦେଶ ଦେଶ ମଧ୍ୟରେ ବନ୍ଧୁତ୍ବ ଗଢିଲେ,
ସମାଜ ମହକିବ ମମତାର ଦୃଢ଼ ବନ୍ଧନର ଫୁଲେ
ଶାନ୍ତି ଓ ମୈତ୍ରୀ ରେ ତୋଳି ହେବ ସୁଖର ଭଣ୍ଡାର
ଏଇ ପୃଥିବୀରେ ଶାନ୍ତି ଜାଗିବ ପ୍ରାଣ ହୃଦ କନ୍ଦରର
ମତାନ୍ଧତା, ଧର୍ମାନ୍ଧତା, ଏବଂ ଘୃଣ୍ୟ ଜାତିପ୍ରଥା,
ରହେନି ତା ସହ ଅନ୍ତହୀନ ଆଶା ଆଶଙ୍କା ଯଥା
ତେବେ ବନ୍ଧୁତ୍ବ ପରି ସ୍ୱାର୍ଥବିହୀନ ଏକ ସମ୍ପର୍କରେ
ମନକୁ ମିଶାଇ କିଆଁ ନଚଳିବା ସ୍ନେହ ଓ ପ୍ରେମରେ
ହେ ଭଉଣୀ ଭାଇ ଚାଲ ଆମେ ମନକୁ ମିଶାଇ
ପ୍ରେମମୟ ପୃଥିବୀ ଗଢ଼ିବା ସରବେ ଏକ ହୋଇ
ସର୍ବେ ଭବନ୍ତୁ ସୁଖୀନଃ ଭାବ ସଂସ୍କୃତିକୁ ଧରି ରଖିବା
ଧର୍ମାନ୍ଧ ଜାତିପ୍ରଥା ପୂଜକ ବିଭେଦ ତତ୍ତ୍ୱକୁ ହଟାଇବା ।।